ପୁରୀ ରେଳ ଷ୍ଟେସନରେ ଡ୍ରୋନ ସାହାର୍ଯ୍ୟରେ ଚାଲିଛି ସୁରକ୍ଷା ଯାଂଚ: ସେପଟେ ସାନିଟାଇଜ ହେଲା ସ୍ୱର୍ଗଦ୍ୱାର

ଅଗ୍ନିଶମ ବିଭାଗର କର୍ମଚାରୀ ସ୍ୱର୍ଗଦ୍ୱାରର ଚାରିପଟ ଓ ବିଭିନ୍ନ ଅଫିସକୁ କଲେ ବିଶୋଧନ

237

କନକ ବ୍ୟୁରୋ: ଡ୍ରୋନ ମାଧ୍ୟମରେ ପୁରୀ ରେଳଷ୍ଟେସନରେ ସୁରକ୍ଷା ଯାଂଚ କରାଯାଉଛି । ୮ଟା ପ୍ଲାଟଫର୍ମରେ ୩୪ଟା ଏମଟି ରା ରଖାଯାଇଛି । ୨୭ଟି ଇଂଜିିନ ରହିଛି । ଆଇସୋଲେସନ କୋଚ ନିର୍ମାଣ କରାଯାଉଛି । ତେଣୁ ଏସବୁର ସୁରକ୍ଷା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚଳପ୍ରଚଳ ଉପରେ ନଜର ରଖାଯାଇଛି ।

ସେହପରି ଆଜି ପୁରୀ ସ୍ୱର୍ଗଦ୍ୱାର ଓ ତାର ଚାରିପାଖକୁ ସାନିଟାଇଜେସନ କରାଯାଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇଁ ପୁରୀ ଅଗ୍ନିଶମ ବିଭାଗ ତରଫରୁ ବିଶୋଧନ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସକାଳୁ ସକାଳୁ ସ୍ୱର୍ଗଦ୍ୱାରର ଚାରିପଟେ ଓ ଆଖପାଖ କାର୍ଯ୍ୟାଳୟକୁ ସାନିଟାଇଜେସନ କରାଯାଇଛି ।