ଭାରତୀୟ ରେଳବାଇର ସ୍ୱଚ୍ଛ ଭାରତ ଅଭିଯାନ : ଟ୍ରେନରେ ସ୍ୱଚ୍ଛତାକୁ ନେଇ ଅସନ୍ତୁଷ୍ଟ ଥିଲେ , ରେଟିଙ୍ଗ ମାଧ୍ୟମରେ ଅଭିଯୋଗ କରିପାରିବେ ଯାତ୍ରୀ

42

ଆଜିକାଲି ଟ୍ରେନରେ ହେଉଥିବା ପରିଷ୍କାର ପରିଚ୍ଛନ୍ନତା ଉପରେ ଯଦି ରେଳ ଯାତ୍ରୀ ଅସନ୍ତୁଷ୍ଟ ଅଛନ୍ତି, ତେବେ ତାହାର ସିଧାସଳଖ ପ୍ରଭାବ ଠିକାଦାରଙ୍କ ଉପରେ ପଡିବ । ଆଜ୍ଞା ହଁ, ଟ୍ରେନର ସ୍ୱଚ୍ଛତାକୁ ଧ୍ୟାନ ଦେବା ପାଇଁ ନିଯୁକ୍ତ କରାଯାଇଥିବା ଠିକାଦାରଙ୍କ ପକେଟ ଉପରେ ପଡିବ ମାଡ । ରେଳରେ ଯାତ୍ରା କରୁଥିବା ଯାତ୍ରୀ ରେଳରେ ହେଉଥିବା ପରିଷ୍କାର ପରିଚ୍ଛନ୍ନତାର ଅଭିଯୋଗ କିମ୍ବା ପ୍ରଶଂସା ରେଟିଙ୍ଗ ମାଧ୍ୟମରେ ଦେଇପାରିବେ । ରେଳବାଇ ଏହି କାମ ପାଇଁ ନୂଆ ଚୁକ୍ତି କରିଛି । ଏହି ଚୁକ୍ତି ଅନୁସାରେ, ଠିକାଦାରଙ୍କ କାମ ଆଧାରରେ ତାଙ୍କ ଯାତ୍ରୀଙ୍କ ଠାରୁ ମିଳୁଥିବା ରେଟିଙ୍ଗ ମୁତାବକ ୩୦ ପ୍ରତିଶତ ଜରିମାନା ବା ପ୍ରୋତ୍ସାହନ ରାଶି ନିର୍ଦ୍ଧାରିତ କରାଯିବ ।

ନୂଆ ନିୟମ ମୁତାବକ, ସଫେଇ କର୍ମଚାରୀଙ୍କ ଉପସ୍ଥାନର ରେକର୍ଡ ପ୍ରତି ମାସରେ ରେଲୱେ ସୁପରଭାଇଜରଙ୍କୁ ଦିଆଯିବ । ଏହି ଆଧାରରେ ୨୫ ପ୍ରତିଶତ ମୂଲ୍ୟ ନିର୍ଦ୍ଧାରିତ କରାଯିବ । ସେହି କ୍ରମରେ ସ୍ୱଚ୍ଛତା ରେକର୍ଡରେ ୧୫ ପ୍ରତିଶତ, ଖାଦ୍ୟ ପଦାର୍ଥର ମାନ, ଚାଦର ଓ କମ୍ବଳ ବିତରଣ ଏବଂ ଅଧିକାରୀଙ୍କ ଦ୍ୱାରା ଏହାର ନିରୀକ୍ଷଣ ଆଧାରରେ ପ୍ରତ୍ୟେକ ଉପରେ ୧୦ ପ୍ରତିଶତ ମୂଲ୍ୟ ମିଳିବ । ରେଳଯାତ୍ରୀଙ୍କ ମତାମତ ଉପରେ ୩୦ ପ୍ରତିଶତ ମୂଲ୍ୟ ନିର୍ଦ୍ଧାରିତ ହେବ ।