କନକ ବ୍ୟୁରୋ: ବାଲେଶ୍ୱରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ । ନୀଳଗିରି ଗୋପୀନାଥପୁର ଠାରେ ନୂଆ ରେଲୱେ ଷ୍ଟେସନର ଶୁଭାରମ୍ଭ କରିବେ । ଏହା ସହ ବେତନଟୀରେ ସବ୍ ୱେ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ ।
ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଂଟରର ଉଦଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ୍ । ଆଜି ନୀଳଗିରି ଗୋପୀନାଥପୁରଠାରେ ନୂଆ ରେଳ ଷ୍ଟେସନ୍ର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ । ଲୋକାର୍ପଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନୂଆ ପାସେଞ୍ଜର ଟ୍ରେନ୍କୁ ଫୁଲରେ ସଜା ଯାଇଛି । କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ରହିବେ । ତିନିଟି ମେମୁ ଟ୍ରେନ୍ ପ୍ରତିଦିନ ଏହି ଲାଇନ୍ ଚାଲିବ । ସେହିପରି ବେତନଟୀରେ ନୂଆର ପିଆରଏସ୍ କାଉଂଟର ସଂରକ୍ଷିତ ଟିକେଟ୍ ବୁକିଂ ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଲାଭଦାୟକ ହେବ । ବେତନଟୀ ଷ୍ଟେସନଠାରେ ଅଧିକ ଯାତ୍ରୀ ସୁବିଧା ଓ ନିରାପତା ବ୍ୟବସ୍ଥା ପାଇଁ ଏକ ସବ୍-ୱେ ନିର୍ମାଣ କରାଯିବ । ଏହି ଷ୍ଟେସନ୍କୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଲୋକେ ରେଳ ଟ୍ରାକ୍ ଅତିକ୍ରମ ନକରି ସବ୍ ୱେ ଦେଇ ଯାତାୟତ କରିପାରିବେ । ଏସବୁ କାର୍ଯ୍ୟକ୍ରମ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରେଳମନ୍ତ୍ରୀ । ଏହା ପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବାହାରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।