ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଚାକିରି ଦେବା ନାଁରେ ଲୁଟୁଥିଲା : ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଫସିଗଲା ଠକ, ଅଭିଯୁକ୍ତ ବାପା, ପୁଅ ଗିରଫ 

332

କନକ ବ୍ୟୁରୋ : ରେଳମନ୍ତ୍ରୀଙ୍କ ଫେକ ପିଏ ଗିରଫ । ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଚାକିରୀ ଦେବା ନାଁରେ ଲୁଟୁଥିଲା ଗୋପାଳ ଶତପଥି । ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଫସିଗଲା ଠକ । ଅଭିଯୁକ୍ତ ବାପା, ପୁଅଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ରେଳବାଇ ଅଧିକାରୀଙ୍କ ବଦଳି, ଚାକିରୀ ଓ ମେଡିକାଲ ଇକ୍ୟୁପମେଂଟ ଆଦି କରେଇ ଦେବାର ଲୋଭ ଦେଇ  ଅଫିସରଙ୍କୁ ଚୁନା ଲଗାଉଥିଲା ଏହି ଠକ । ଦିଲ୍ଲୀରେ ରହି ଗୋଟିଏ ଗ୍ୟାଙ୍ଗ ତିଆରି କରିଥିଲା । ଦିଲ୍ଲୀ ଗାଜିଆବାଦରୁ କରୁଥିଲା ଅପରେସନ । ଭୁବନେଶ୍ୱର ରେଳକୁଂଜରେ ଥିବା ଜିଏମଙ୍କୁ ଅଫିସରଙ୍କ ବଦଳି ନେଇ ଫୋନ କରି ଗିରଫ ହୋଇଛି ଏହି ଠକ ।