କନକ ବ୍ୟୁରୋ : ଆକାଂକ୍ଷୀ ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସଂଧ୍ୟାରେ କୋରାପୁଟରେ ପହଂଚିବା ପରେ କରିବେ ରାତ୍ରି ଯାପନ । ଶୁକ୍ରବାର ସକାଳେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା
ସେପଟେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆକଂକ୍ଷା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରୀୟ ଯୋଜନାର ବାସ୍ତବ ସ୍ଥିତି ସମୀକ୍ଷା କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି କ୍ରମରେ ଦୁଇଦିନିଆ ରାୟଗଡା ଗସ୍ତରେ ଆସି ସ୍ଥିତି ପରଖିଛନ୍ତି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ । କେନ୍ଦ୍ରୀୟ ଅନୁଦାନରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟର ବାସ୍ତବ ସ୍ଥିତି ଅନୁଧ୍ୟନ କରିଛନ୍ତି । ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ରୀୟ ଯୋଜନା ଗୁଡିକ ହିତାଧିକାରୀଙ୍କ ନିକଟରେ କିଭଳି ପହଂଚୁଛି ତାହା ବିଭିନ୍ନ ବିଭାଗର ଅଧିକାରୀଙ୍କ ଠାରୁ ପଚାରି ବୁଝିଛନ୍ତି । ଆଗାମୀ ଦିନରେ ଏହି ଆକଂକ୍ଷା ଜିଲ୍ଲାର ବିକାଶ ପାଇଁ ଆଉ କଣ କରିହବ ତାହା ଉପରେ ଜିଲ୍ଲା ପ୍ରଶାସନର ମତ ମଧ୍ୟ ଲୋଡିଛନ୍ତି । ସନ୍ଧ୍ୟାରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କର ପୂଜାର୍ଚନା କରି ଫେରିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ।