କୋରାପୁଟର ସୌନ୍ଦର୍ଯ୍ୟକୁ ପ୍ରଶଂସା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ ସ୍ୱିଜରଲ୍ୟାଣ୍ଡ ଯାଅନି, କୋରାପୁଟ ଆସ ।

231

କନକ ବ୍ୟୁରୋ: ସ୍ୱିଜରଲ୍ୟାଣ୍ଡ ଯାଅନି କୋରାପୁଟ ଆସ । କୋରାପୁଟରେ ରହିଛି ସ୍ୱିଜରଲ୍ୟାଣ୍ଡ ପରି ସୌନ୍ଦର୍ଯ୍ୟ । ସୌନ୍ଦର୍ଯ୍ୟରେ ଭରପୁର ରହିଛି କୋରାପୁଟ ଜିଲ୍ଲା । କୋରାପୁଟ ଗସ୍ତ ବେଳେ ଜିଲ୍ଲାର ସୌନ୍ଦର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟରେ ପର୍ଯ୍ୟଟନର ଅନେକ ସୁଯୋଗ ରହିଛି । ତେଣୁ ସୁଇଜରଲାଣ୍ଡ ନଯାଇ କୋରାପୁଟ ଆସିବାକୁ ଆହ୍ୱାନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାଂସଦମାନେ ଜନ ଆଶୀର୍ବାଦ ଯାତ୍ରାରେ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ବାବଦରେ ସୂଚନା ଦେଇ ମୋଦୀ ସରକାରଙ୍କୁ ଆଶୀର୍ବାଦ କରିବା ପାଇଁ ଲୋକଙ୍କ ପାଖକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କ୍ରମରେ ତିନି ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ଜନ ଆଶୀର୍ବାଦ ନେଉଛନ୍ତି । ରେଳ ମନ୍ତ୍ରୀ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି । ତା ସହିତ ରେଳ ସଂଯୋଗୀକରଣକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।