ଆକ୍ସନ୍ ମୋଡ଼ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ମନ୍ତ୍ରୀଙ୍କ ଅଫିସରେ ସମସ୍ତ ଅଧିକାରୀ  ଓ କର୍ମଚାରୀଙ୍କ କାମ କରିବାର ସମୟ ବଦଳିଲା; ଏଣିକି ଦୁଇଟି ସିପ୍ଟରେ ଆସିବେ ଷ୍ଟାଫ୍

2,013

କନକ ବ୍ୟୁରୋ : ଦାୟିତ୍ୱ ନେବା ପରେ ଆକ୍ସନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିଜ ଅଫିସରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କାମ କରିବାର ସମୟକୁ ସେ ବଦଳାଇ ଦେଇଛନ୍ତି । ଏଣିକି ମନ୍ତ୍ରୀଙ୍କ ଷ୍ଟାଫଙ୍କୁ ଦୁଇଟି ସିପ୍ଟରେ କାମ କରିବାକୁ ସମସ୍ତ  ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ସିପ୍ଟରେ ସକାଳ ୭ଟାରୁ ଦିନ ୪ଟା ଓ ଦ୍ୱିତୀୟ ସିପ୍ଟରେ ଦିନ ୩ଟାରୁ ରାତି ୧୨ଟା ଯାଏଁ ଚାଲିବ । ତତ୍କାଳ ପ୍ରଭାବରେ ଏହି ନିର୍ଦ୍ଦେଶନାମା ଲାଗୁ ହୋଇଛି । ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କେବଳ ମନ୍ତ୍ରୀଙ୍କ ଅଫିସରେ ହିଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ବୁଧବାରଦିନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଗତକାଲି ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱଭାର ଗ୍ରହଣ କରିଥିଲେ । ଅଶ୍ୱିନୀ ବୈଷ୍ଣବ କହିଥିଲେ, ମୋଦୀଙ୍କ ଭିଜନରେ ରେଳବାଇ ଆଗକୁ ବଢିବ ଓ ସେ ଏହାକୁ ସାକାର କରିବାକୁ ଉଦ୍ୟମ କରିବେ ।