ରାୟଗଡା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ଓଡ଼ିଶାରୁ ହେବ ପୂର୍ବୋଦୟ

222

କନକ ବ୍ୟୁରୋ : ଜନ ଆଶୀର୍ବାଦ ଯାତ୍ରାରେ ଯାଇ ରାୟଗଡାରେ ପହଂଚିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେଠାରେ ତାଙ୍କୁ ଉଛ୍ୱସିତ ସଂବର୍ଦ୍ଧନା ଦିଆଯାଇଛି । ଦଳୀୟ ନେତା, କର୍ମୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ରାୟଗଡା, ବିଷମକଟକ, ଗୁଣୁପୁର ଅଂଚଳରୁ ଆସିଥିବା ଲୋକେ ବିଭିନ୍ନ ଦାବୀ ନେଇ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ପୂର୍ବଭାରତର ସଂର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ଗୁରୁତ୍ୱ ଦେଉଥିବା କହିଛନ୍ତି ରେଳମନ୍ତ୍ରୀ । ମୋଦୀଙ୍କ କ୍ୟାବିନେଟରେ ରେଳ, ଗମନାଗମନ, ଶିକ୍ଷା, ଜଳସଂପଦ, ଜନଜାତି ବିକାଶ ଓ ଆଇଟି ଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓଡିଶାକୁ ଦିଆଯାଇଥିବା କେଳମନ୍ତ୍ରୀ କହିଛନ୍ତି । ରାୟଗଡାରେ ନୂତନ ରେଳ ଡିଭିଜନ୍ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟସ୍ତରର ସମସ୍ତ ଅଧାପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।