ଟ୍ରେନ ଭିତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନ ଭିତରେ ସ୍ୱଚ୍ଛତା ପରଖିବା ସହ ଯାତ୍ରୀଙ୍କ ସହ କଥା ହେଲେ

Advertisment
ଟ୍ରେନ ଭିତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନ ଭିତରେ ସ୍ୱଚ୍ଛତା ପରଖିବା ସହ ଯାତ୍ରୀଙ୍କ ସହ କଥା ହେଲେ

କନକ ବ୍ୟୁରୋ: ରେଳ ଭିତରେ ରେଳ ମନ୍ତ୍ରୀ । ଦିଲ୍ଲୀରୁ ଅଜମେର ଯାଉଥିବା ଶତାବ୍ଦୀ ଏକ୍ସପ୍ରେସରେ ଆଜି ହଠାତ୍ ଆସି ପହଞ୍ଚିିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେବଳ ଗୋଟିଏ ଘଣ୍ଟା ପୂର୍ବରୁ ସୂଚନା ଦେଇ ଅଶ୍ୱିନୀ ପ୍ଲାଟଫର୍ମରେ ପହଞ୍ଚିଥିଲେ । କର୍ମଚାରୀମାନଙ୍କ ସହିତ କଥା ହେବା ପରେ ଟ୍ରେନର ବଗି ଭିତରକୁ ପ୍ରବେଶ କରିଥିଲେ ଅଶ୍ୱିନୀ ବୈଷ୍ଣବ ।


ଯାତ୍ରୀମାନଙ୍କ ସହିତ କଥା ହେବା ଆରମ୍ଭ କରିଥିଲେ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ଯାତ୍ରୀମାନଙ୍କୁ ପଚାରିଥିଲେ, ଆପଣ ଟ୍ରେନରେ ମାସକୁ କେତେଥର ଯାତ୍ରା କରନ୍ତି? ଟ୍ରେନ୍ ସଫା ସୁତୁରା ଅଛି ତ? ଆପଣଙ୍କୁ ଟ୍ରେନରେ ଭଲ ଖାଇବା ମିଳୁଛି ତ? ଟ୍ରେନର ଟଏଲେଟ୍ ସଫା ଅଛି ତ? ପ୍ଲାଟଫର୍ମର ସଫା ସୁତୁରା ବିଷୟରେ ଆପଣ କ’ଣ କହିବାକୁ ଚାହାନ୍ତି? ଟ୍୍େରନରେ ଆଉ କ’ଣ ଭଲ କରାଯାଇପାରିବ, ସେ ନେଇ ପ୍ରସ୍ତାବ ଦିଅନ୍ତୁ । ମନ୍ତ୍ରୀଙ୍କର ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଅନେକ ଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଜି ମୁଁ ଆସିଛି ବୋଲି ଟ୍ରେନ୍ ଟଏଲେଟ୍ ଓ ପ୍ଲାଟଫର୍ମ ସଫା ଅଛି ନା ସବୁଦିନ ଟ୍ରେନର ପ୍ଲାଟଫର୍ମ ସଫା ରୁହେ । ଏହାର ଉତରରେ ଯାତ୍ରୀ କହିଥିଲେ, ଟ୍ରେନ୍ ସଫାସୁତୁରା ଅଛି । ଟ୍ରେନରେ ଖାଇବା ଭଲ ଅଛି । ଟ୍ରେନରେ ସିଙ୍ଗଡା ସବୁଠୁ ଭଲ ବୋଲି ଯାତ୍ରୀ କହିଥିଲେ । ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ହେଲେ, ଭଲ ହୁଅନ୍ତା ବୋଲି କିଛି ଯାତ୍ରୀ କହିଥିଲେ । ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଥିଲେ, ୭-୮ ବର୍ଷ ଭିତରେ ଟ୍ରେନ ଓ ପ୍ଲାଟଫର୍ମରେ ବହୁତ ପରିବର୍ତ୍ତନ ଘଟିଛି । ଆଗକୁ ଅନେକ କିଛି କରିବା ବାକି ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe