ଏହି ଟ୍ରେନରେ କରୋନା ପ୍ରତିରୋଧକ କୋଚ ଲଗାଇବ ରେଳ ବିଭାଗ । ପବନରେ ଭୂତାଣୁକୁ ମାରିଦେବ ଏୟାର ପ୍ଲାଜମା ଥେରୋପି

387

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଥମିଥିବା ବେଳେ ରେଳ ବିଭାଗ କିନ୍ତୁ ତା’ର ପ୍ରସ୍ତୁତି ଜାରି ରଖିଛି    । ଏବେ ରେଳ ବିଭାଗ କିଛି ରେଳରେ କରୋନା ପ୍ରତିରୋଧକ କୋଚ୍ ଲଗାଇବାକୁ ଯୋଜନା କରିଛି । ଏହି କୋଚ ଭିତରେ ଭୂତାଣୁ ପଶିବା କ୍ଷଣି ତାର ମୃତ୍ୟୁ ହେବ ବୋଲି କୁହାଯାଇଛି । କୁହାଯାଇଛି କି କରୋନା ପ୍ରତିରୋଧକ କୋଚରେ ପ୍ଲାଜମା ଏୟାର ଥେରୋପି ବ୍ୟବହାର କରାଯିବ । ଏଭଳି ସୂଚନା ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ ମିଳିଛି । ସେ କହିଛନ୍ତି କି ଏଭଳି ସ୍ୱତନ୍ତ୍ର କୋଚ୍ ପ୍ରଥମେ ଶାନ-ଏ- ଭୋପାଳ ଏକ୍ସପ୍ରେସରେ ଲଗାଯିବ । ସେ ଅନୁମାନ କରିଛନ୍ତି କି ଜୁଲାଇ ସୁଦ୍ଧା ଏଭଳି କୋଚ କିଛି ଟ୍ରେନରେ ଲାଗିଯିବ ।

ସୂଚନା ମୁତାବକ କରୋନା ମହାମାରୀ ବିରୋଧରେ ଲଢେଇ କରିବାକୁ ରେଳ ବିଭାଗ ସର୍ବଦା ଚେଷ୍ଟା ଚଳାଇଛି । ଏହି କ୍ରମର ଏଲଏଚବି କୋଚ୍ ଗୁଡିକୁ କରୋନା ପ୍ରତିରୋଧକ କୋଚ୍ ଭାବେ ପ୍ରସ୍ତୁତ କରିବାକୁ ରେଳ ବିଭାଗ ପ୍ରୟାସ ଆରମ୍ଭ କରିଛି । କୁହାଯାଇଛି କି ଏହି କୋଚ୍ ଗୁଡିକରେ ପ୍ଲାଜମା ଏୟାର ଥେରୋପି ଲଗାଯିବ । ଯାହା ଫଳରେ କୋଚ ଭିତରେ କରୋନା ଭୂତାଣୁ ପଶିବାର ମାତ୍ର କେତେ ସେକେଣ୍ଡ ମଧ୍ୟରେ ନିଷ୍କ୍ରିୟ ହୋଇଯିବ ।

କୁହାଯାଇଛି କି ଏହି କୋଚର ଗେଟ ହ୍ୟାଣ୍ଡଲ ମାନଙ୍କରେ କପର କୋଟିଂ ରହିବ । ଯାତ୍ରୀମାନେ କିଭଳି ହ୍ୟାଣ୍ଡଲକୁ କମ୍ ବ୍ୟବହାର କରିବେ ତା ଉପରେ ଦୃଷ୍ଟି ରଖାଯିବ । କୋଚ ମଧ୍ୟରେ ଟାଇଟନିୟମ ଡାଇ ଅକ୍ସସାଇଡର ଲେପ ଦିଆଯିବ । ଯାହା ଉପରେ କି କରୋନା ଭୂତାଣୁ ବଞ୍ଚି ରହିପାରିବ ନାହିଁ । ଏହାସହ ଟଏଲେଟର ପାଣି ନଳ ଓ ୱାସିଂ ବେସନକୁ ଟଚଲେସ୍ କରିବାକୁ ଯୋଜନା କରାଯାଇଛି । କୁହାଯାଇଛି କି ଏଭଳି ଖାସ କୋଚ ଏସି ବଗି ସହ ନନ୍ ଏସି ବଗିରେ ବି ଲଗାଯିବ ।