ଦୂର ସ୍ଥାନକୁ ବୁଲିବାକୁ ଗଲେ ଆମେ ବସ ଅପେକ୍ଷା ଟ୍ରେନକୁ ଅଧିକ ପ୍ରାଧାନ୍ୟ ଦେଇଥାଉ । କମ ସମୟରେ ଏବଂ ସୁବିଧାନୁସାର ଆମେ ଟ୍ରେନ ମାଧ୍ୟମରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚି ଯାଇଥାଉ । କିନ୍ତୁ କିଛି ଅସୁବିଧା କାରଣରୁ ଯାତ୍ରା ସମୟରେ ଅସୁବିଧା ଉପୁଜିଥାଏ । ବର୍ତ୍ତମାନ ଯାତ୍ରା ସମୟରେ ଦେଖାଯାଉଥିବା ଏଭଳି ଏକ ସମସ୍ୟାକୁ ସୁଧାରିବା ପାଇଁ ରେଳବିଭାଗ ନିଷ୍ପତ୍ତି ନେଇଛି । ରେଲୱେ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ସଂଶୋଧନରେ ଉଲ୍ଲେଖ ରହିଛି ଯେ ଟ୍ରେନର ସବୁ ବାତାନୁକୁଳ କୋଚରେ ଯାତ୍ରୀମାନଙ୍କ ସୁବିଧା ସକାଶେ ଅତିଶୀଘ୍ର କମ୍ବଳର ବ୍ୟବସ୍ଥା କରାଯିବ । ଏହି ସୁବିଧାକୁ ଚଳିତ ମାସରେ କାର୍ଯ୍ୟକାରୀ କରିବା ପାଇଁ ରେଳବିଭାଗ ତରଫରୁ ସୁଚନା ମିଳୁଛି । ବାତାନୁକୁଳ କୋଚରେ ଯାତ୍ରୀଙ୍କ ସୁଖନିଦ୍ରା ପାଇଁ ସଫା ଏବଂ ନରମ କମ୍ବଳ ଯୋଗାଇଦେବାକୁ ସବୁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।
ବର୍ତ୍ତମାନ ଟ୍ରେନରେ ଯେଉଁ କମ୍ବଳ ଦିଆଯାଉଛି ସେଥିରୁ ଉଲ ବାହାରିବା ସହ ବହୁତ ଭାରି ହୋଇଯାଉଛି । ଯାହା ଯାତ୍ରୀଙ୍କୁ ନିଦ୍ରାକୁ ମଧ୍ୟ ବ୍ୟାଘାତ କରୁଛି । ଯାତ୍ରୀଙ୍କ ଅସୁବିଧାକୁ ଆଖିଆଗରେ ରଖି ରେଳବିଭାଗ ଏଭଳି ଏକ ନିଷ୍ପତ୍ତି ନେଇଛି । କିନ୍ତୁ ଏବେ ଯେଉଁ କମ୍ବଳ ଯାତ୍ରୀଙ୍କୁ ଦିଆଯିବ ତାହା ୪୫୦ ଗ୍ରାମରୁ କମ ଓଜନର ହେବ ବୋଲି ଶୁଣିବାକୁ ମିଳୁଛି । ଏହି କମ୍ବଳରେ ୬୦ ପ୍ରତିଶତ ଉଲ ଏବଂ ୧୫ ପ୍ରତିଶତ ନାଇଲନ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/SC_SHM_AC_EXP.jpg)