ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ କିମ୍ବା ଆହତ ହେଲେ ମିଳିବ କ୍ଷତିପୂରଣ ।

137

ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାେର୍ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ଯାତ୍ରୀ ଆହତ ହେଉଛନ୍ତି କିମ୍ବା କାହାର ମୃତ୍ୟୁ ହେଉଛି ତେବେ ସେମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ କ୍ଷତିପୂରଣ ମିଳିବ । ତେବେ ଏହି କ୍ଷତିପୂରଣ ସମସ୍ତ ପ୍ରକାର ଦୁର୍ଘଟଣାଜନିତ ଘଟଣାରେ ମିଳିବ । ସୁପ୍ରିମକୋର୍ଟ କହିଛନ୍ତି ଦୁର୍ଘଟଣାରେ ଯାତ୍ରୀଙ୍କ ଦାୟିତ୍ୱହୀନତା ଦର୍ଶାଇ ରେଳବାଇ କ୍ଷତିପୂରଣ ଦେବାରୁ ବର୍ତ୍ତିପାରିବ ନାହିଁ । କିନ୍ତୁ ଆତ୍ମହତ୍ୟା ଏବଂ ନିଜେ ନିଜକୁ କ୍ଷତି ପହଞ୍ଚାଇଲେ ସେହି କ୍ଷେତ୍ରରେ କୌଣସି କ୍ଷତିପୂରଣ ମିଳିବ ନାହିଁ ।

ସୁପ୍ରିମକୋର୍ଟରେ ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଏବଂ ଜଷ୍ଟିସ ରୋହିଙ୍ଗଟନଙ୍କ ଖଣ୍ଡପୀଠ କହିଛନ୍ତି ଯେ, କେବଳ ଟିକେଟ ନଥିଲେ ଯାତ୍ରୀ କିମ୍ବା ସେମାନଙ୍କ ପରିବାରବର୍ଗଙ୍କର ଦାବିକୁ ଅସ୍ୱୀକାର କରିହେବ ନାହିଁ । କିନ୍ତୁ କ୍ଷତିପୂରଣ ପାଇବା ପାଇଁ ଯାତ୍ରୀମାନଙ୍କୁ ଯାତ୍ରା ସମୟର ଅନ୍ୟ ଦସ୍ତାବିଜ ଗୁଡିକୁ ଉପସ୍ଥାପିତ କରାଇବାକୁ ପଡିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୁର୍ଘଟଣା ଟ୍ରେନରେ ଯାତ୍ରା କରିବା ସମୟରେ ହୋଇପାରେ କିମ୍ବା ଯାତ୍ରା ପୂରା କରିସାରିବା ପରେ ଟ୍ରେନରୁ ଓହ୍ଲାଇବା ସମୟରେ ମଧ୍ୟ ହୋଇପାରେ । ଷ୍ଟେସନ ପରିସରରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଆହତ ହେଲେ ଯାତ୍ରାମାନଙ୍କୁ କ୍ଷତିପୂରଣ ମିଳିବା ଆବଶ୍ୟକ ।

ତେବେ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ପାଟନା ହାଇକୋର୍ଟର ଏକ ନିର୍ଦ୍ଦେଶକୁ ନଜରରେ ରଖି ଦିଆଯାଇଛି । ଏହି ମାମଲାରେ ୨୦୦୨ ମସିହା ଅଗଷ୍ଟ ୨୦ ତାରିଖରେ ବିହାରରେ କରୋତାରୁ ଖୁସରୁପୁର ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀଙ୍କର ଟ୍ରେନରୁ ପଡି ମୃତ୍ୟୁ ହୋଇଯାଇଥିଲା । ମୃତ ବ୍ୟକ୍ତିଜଣଙ୍କ ଦ୍ୱିତୀୟ ଶ୍ରେଣୀ ବଗିରେ ଯାତ୍ରା କରୁଥିଲେ । ତେବେ ତାଙ୍କ ପତ୍ନୀ କ୍ଷତିପୂରଣ ପାଇଁ ଦାବି କରିଥିଲେ ସୁଦ୍ଧା ରେଲୱେ ଟ୍ରିବ୍ୟୁନାଲ ତାଙ୍କ ଦାବିକୁ ଶୁଣିନଥିଲା ।

କିନ୍ତୁ ଭିଡ କାରଣରୁ ବାଧ୍ୟରେ ଟ୍ରେନରେ ଓହଳି ଯାତ୍ରୀ କରୁଥିବା ଘଟଣାକୁ ଟ୍ରିବ୍ୟୁନାଲ ଅସ୍ୱୀକାର କରିଥିଲା । ଟ୍ରିବ୍ୟୁନାଲର ନିଷ୍ପତ୍ତି ବିରୋଧରେ ମହିଳାଜଣଙ୍କ ପାଟନା ହାଇକୋର୍ଟରେ ଅପିଲ କରିଥିଲେ । ତେବେ ମହିଳାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଆଦେଶକୁ ବିରୋଧ କରି ରେଳ ମନ୍ତ୍ରାଳୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ।