କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାକୁ ଗଡ଼ିଲା ରେଳ । ସୋମବାର ପରୀକ୍ଷା ମୂଳକ ଭାବେ ଜିଲ୍ଲାକୁ ରେଳ ଇଞ୍ଜିନ ଗଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲାରୁ ତେଲ ବ୍ରିଜ୍ ଦେଇ ମାନମୁଣ୍ଡା ପୁରୁଣାପାଣି ଷ୍ଟେସନରେ ପହଞ୍ଚିଛି ଇଞ୍ଜିନ । ପରୀକ୍ଷା ମୂଳକ ଭାବେ ଏହା ସଫଳ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାବାସୀଙ୍କ ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଲୋକେ । କିଛି ଦିନ ମଧ୍ୟରେ ଝାରମୁଣ୍ଡା ରେଳ ଷ୍ଟାସନ ଯାଏ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ମୂଳକ ଭାବେ ଇଞ୍ଜିନ ଗଡ଼ିବ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଟ୍ରେନ ଚଳାଚଳ ନେଇ ଲକ୍ଷ୍ୟ ରଖିଛି ରେଳ ବିଭାଗ ।