ଓହ୍ଲାଇବା ବେଳେ ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା : ଦେବଦୂତ ସାଜି ଉଦ୍ଧାର କଲେ ଆରପିଏଫ ଯବାନ

433

କନକ ବ୍ୟୁରୋ : ଦୁଇ ସୁରକ୍ଷାକର୍ମୀଙ୍କ ଚତୁରତା ଓ ତୁରନ୍ତ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ମହିଳାଙ୍କ ଜୀବନ । ଚଳନ୍ତା ଟ୍ରେନରୁ ମହିଳା ଜଣକ ଖସିପଡ଼ିଥିଲେ, ତେବେ ଆରପିଏଫର ଦୁଇ କର୍ମଚାରୀ ଠିକ୍ ସମୟରେ ପଦକ୍ଷେପ ନେଇ ତାଙ୍କୁ ବଞ୍ଚାଇ ଦେଇଛନ୍ତି । ଝାରସୁଗୁଡ଼ା ରେଳ ଷ୍ଟେସନରେ ଏହି ଘଟଣା ଘଟିଛି ।

ସୋମବାର ଦିନ ଗୋଟାଏ ବେଳେ ଟ୍ରେନରୁ ମହିଳା ଯାତ୍ରୀ ଓହ୍ଲାଇବା ବେଳେ ଟ୍ରେନ ଚାଲିବା ଆରମ୍ଭ ହୋଇଯାଇଥିଲା । ଫଳରେ ମହିଳା ଯାତ୍ରୀ ଜଣକ ଭାରସାମ୍ୟ ହରାଇ ଖସିପଡ଼ି ଟ୍ରେନ ତଳକୁ ଖସିଯାଉଥିଲେ । ଏହି ସମୟରେ ଏଏସଆଇ ଡିଏନ୍ ରାୟ ଓ କନେଷ୍ଟବଳ ଦିଲ୍ଲୀପ କୁମାର ଉପସ୍ଥିତ ବୁଦ୍ଧି ଖଟାଇ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଫଳରେ ମୃତ୍ୟୁ ମୁଖରୁ ମହିଳା ଯାତ୍ରୀ ଜଣକ ବଞ୍ଚିଯାଇଛନ୍ତି ।