କନକ ବ୍ୟୁରୋ : ଷ୍ଟେସନରେ ସିଧାସଳଖ ସହାୟତା ଦେଉଛି ରେଳ ବିଭାଗ । ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳୁଛି ସହାୟତା ରାଶି । ଦକ୍ଷିଣପୂର୍ବ ରେଳପଥର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ ଟିମ୍ ବାଂଟୁଛି ସହାୟତା । ପରିଚୟ ପତ୍ର ଦେଖାଇ ସହାୟତା ପାଉଛନ୍ତି ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ବର୍ଗ । ଖଡ଼ଗପୁର ଡିଭିଜନର ସିନିଅର ଡିସିଏମଙ୍କ ନେତୃତ୍ୱରେ ଚାଲିଛି ସହାୟତା ରାଶି ବଂଟନ କାର୍ଯ୍ୟକ୍ରମ । ଚେକ୍ ମାଧ୍ୟମରେ ସହାୟତା ରାଶି ଦେଉଛି ରେଳ ବିଭାଗ । ଷ୍ଟେସନ ସହିତ ମେଡ଼ିକାଲରେ ବି ଏହି ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି ।

Advertisment

ରେଳ ଦୁର୍ଘଟଣା : କେମିତି ମିଳିବ ସରକାରୀ ସହାୟତା?

- ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଫଟୋ ଓ ତାଲିକା ଜାରି କରିଛି ରେଳ ବିଭାଗ
- ମୃତଦେହ କେଉଁ ହସ୍ପିଟାଲରେ ରଖାଯାଇଛି ସେନେଇ ସୂଚନା ଜାରି ହୋଇଛି
- ସମ୍ପର୍କୀୟ, ରେଲବାଇର ସୂଚନା ଆଧାରରେ ହସ୍ପିଟାଲକୁ ଯାଇ ମୃତଦେହ ଗ୍ରହଣ କରିବେ
- ମୃତକଙ୍କ ସହ ସମ୍ପର୍କର ପ୍ରମାଣ ଦେଇ ହସ୍ପିଟାଲରୁ ମୃତଦେହ ଗ୍ରହଣ କରିପାରିବେ
- ମୃତଦେହ ହସ୍ତାନ୍ତର ସହ ଡିସ୍ଚାର୍ଜ ପେପର ଜାରି କରିବେ ହସ୍ପିଟାଲ କର୍ତୃପକ୍ଷ
- ଏହାକୁ ଦେଖାଇ ସମ୍ପର୍କର ପ୍ରମାଣ ଦେବାସହ ନେଇପାରିବେ କ୍ଷତିପୂରଣ
- ମୃତକଙ୍କ ସହ ରକ୍ତସମ୍ପର୍କ ଥିବା ବ୍ୟକ୍ତିଙ୍କୁ ଦିଆଯିବ ସରକାରୀ ସହାୟତା
- ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ସ୍ତ୍ରୀ, କିମ୍ବା ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲେ ସ୍ୱାମୀଙ୍କୁ ମିଳିବ ସହାୟତା
- ନଗଦ ୫୦ହଜାର ଟଙ୍କା ସହ ସାଢେ ୯ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରୁଛି ରେଳବାଇ
- ଗୁରୁତର ଆହତଙ୍କୁ ୫ଲକ୍ଷ, ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା