କନକ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୩ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ପଚରାଉଚରା ସମୟରେ ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ୩ ଆତଙ୍କବାଦୀଙ୍କ ଉପରେ ଏନଆଇଏ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ତେବେ ଏମାନଙ୍କୁ ଗିରଫ ପରେ ପୋଲିସ ଜାଣିବାକୁ ପାଇଛି ଯେ, ଆତଙ୍କବାଦୀଙ୍କୁ ରେଲୱେ ବିଭାଗର ଜଣେ କିରାଣୀ ଆର୍ଥିକ ସହାୟତା କରୁଥିଲେ ।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ଧରାପଡିଥିବା ୩ ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ରେଲୱେ ବିଭାଗର କିରାଣୀଙ୍କ ବାବଦରେ ଜାଣିବାକୁ ମିଳିଥିଲା । ଏହି କିରାଣୀ ଜଣକ ନିଜ ଅଫିସରେ ନକଲି ମେଡିକାଲ ବିଲ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହାସଲ କରୁଥିଲା ଏବଂ ଏହି ଟଙ୍କାକୁ ଆତଙ୍କବାଦୀଙ୍କୁ ସହାୟତା କରୁଥିଲା । ପୋଲିସ କହିବା ଅନୁଯାୟୀ, ଉକ୍ତ କିରାଣୀଙ୍କ ବାବଦରେ ପୂରା ସୂଚନା ମିଳିଛି । ଖୁବଶୀଘ୍ର ଏହି କିରାଣୀଙ୍କୁ ପଚରାଉଚରା କରାଯିବ ବୋଲି କହିଛି ପୋଲିସ । ଏହି ଖବର ଜଣାପଡିବା ପରେ ଆକ୍ଟିଭ ମୋଡକୁ ଆସିଛି ଯାଞ୍ଚ ଏଜେନ୍ସି । ସେହିଭଳି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ କିରାଣୀ ଜଣକ ନୋଏଡାରେ ବସବାସ କରୁଛି । ପୂର୍ବରୁ ଏହି କିରାଣୀ ଜଣକ ହିନ୍ଦୁ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଇସଲାମ ଧର୍ମ ଗ୍ରହଣ କରିଥିଲେ ।
Follow Us