ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫.୫୮ କୋଟି । ଜାଣନ୍ତୁ କେଉଁ ପ୍ରକଳ୍ପକୁ ମିଳିଛି କେତେ ଟଙ୍କା?

121

କନକ ବ୍ୟୁରୋ: ଏଥର ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫. ୫୮ କୋଟି ଟଙ୍କା । ରାଜ୍ୟ ସରକାର ଏନେଇ ପୂର୍ବରୁ ୭୨୦୦ କୋଟି ଟଙ୍କା ଦାବି କରିଥିଲେ ବି କେନ୍ଦ୍ର ସରକାର ୬୯୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ଅନେକ ନୂଆ ପ୍ରକଳ୍ପକୁ ସାମିଲ କରାଯାଇଥିବାବେଳେ କିଛି ପୁରୁଣା ପ୍ରକଳ୍ପର ଉନ୍ନତିକରଣକୁ ସାମିଲ କରାଯାଇଛି । ଆସନ୍ତୁ, ଜାଣିବା କେଉଁ ପ୍ରକଳ୍ପ ପାଇଁ ମିଳିଛି କେତେ ଟଙ୍କା…
ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍ (୯୮.୭ କିମି) – ୪୦୦ କୋଟି
ହରିଦାସପୁର-ପାରାଦୀପ ନୂଆ ରେଳଲାଇନ୍ (୮୨ କିମି) – ୧୦୦ କୋଟି
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳଲାଇନ୍ (୨୮୯ କିମି) – ୧୦୦୦.୫୦ କୋଟି
ତାଳଚେର-ବିମିଳିଗଡ ନୂଆ ରେଳଲାଇନ୍ (୧୫୪ କିମି) – ୧୦ କୋଟି
ଜୟପୁର ମାଲକାନଗିରି ନୂଆ ରେଳଲାଇନ୍ (୧୩୦ କିମି) – ୨୮ କୋଟି
ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ (୩୮ କିମି) – ୧୫.୧୦ କୋଟି
ଖୋର୍ଦ୍ଧାରୋଡ୍-ବିଜୟନଗରମ ବାଏ ପାସ୍ – ୧୧ କୋଟି
ସମ୍ବଲପୁର-ତାଳଚେର ରୋଡ୍ ଡବଲିଂ (୧୭୪.୧୧ କିମି) – ୧୭୩.୮୨ କୋଟି
ସମ୍ବଲପୁର-ଟିଟିଲାଗଡ ରୋଡ୍ ଡବଲିଂ (୧୮୨.୧୧ କିମି) – ୨୦୦ କୋଟି
ଟିଟିଲାଗଡ-ବିଜୟନଗରମ ଥ୍ରୀ ଲାଇନ୍ (୨୬୪.୬ କିମି) – ୩୦୦ କୋଟି
ବଂଶପାଣି-ଦୈତାରୀ-ଟୋମକା-ଜାଖପୁରା (୧୮୦କିମି) – ୨୨୮ କୋଟି
ଭଦ୍ରକ- ନେରଗୁଣ୍ଡି ତୃତୀୟ ଲାଇନ୍ (୮୦ କିମି) – ୨୨୯ କୋଟି
ଜାରପଡା-ବୁଡାପାଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍ – ୧୦୧ କୋଟି
ବୁଡାପାଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ୍ – ୨୧୫ କୋଟି
ଜଗଦଲପୁର-କୋରାପୁଟ (୧୧୦ କିମି )- ୮୫େ କାଟି
ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍ (୨୦୬କିମି ) -୧୦୦ କୋଟି
ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍ -୨୩୦ କୋଟି
ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍ – ୨୨୫ କୋଟି