କନକ ବ୍ୟୁରୋ : ଆଜି ସାଧାରଣ ବଜେଟ୍ ସହ ଆସିବ ରେଳ ବଜେଟ୍ । ଆମ ରାଜ୍ୟର ସାଂସଦ କେନ୍ଦ୍ରରେ ରେଳ ମନ୍ତ୍ରୀ ଥିବାରୁ ଚଳିତ ବର୍ଷ ରେଳବାଇରେ ଓଡ଼ିଶାକୁ ବିଶେଷ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ଗତ ବଜେଟରେ ରାଜ୍ୟର ରେଲୱେକୁ ମିଳିଥିଲା ୬ ହଜାର ୯୯୫ କୋଟି ଟଙ୍କା । ଏଥର ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ ।

Advertisment

- ଖୋର୍ଦ୍ଧା ରୋଡ୍- ବଲାଙ୍ଗିର ରେଳ ପ୍ରକଳ୍ପ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନେଇନାହିଁ
- ଜମି ଅଧିଗ୍ରହଣ, ଜଙ୍ଗଲ ଆଇନ, କ୍ଷତିପୂରଣ ଆଦି ସମସ୍ୟା ନେଇ ପ୍ରକଳ୍ପ କାମ ଧିମେଇ ଯାଇଛି
- ବାଲେଶ୍ୱରରେ ସ୍ୱତନ୍ତ୍ର ରେଳ ଡିଭିଜନ୍ ପ୍ରତିଷ୍ଠା ପାଇଁ ୨ ଦଶନ୍ଧି ଧରି ଦାବି
- ରାୟଗଡ଼ା ନୂଆ ରେଳ ଡିଭିଜନ୍ ପାଇଁ ଅଧିକ ଅର୍ଥ ଆଶା
- ଶିଳ୍ପ କରିଡରକୁ ସଂଯୋଗ ପାଇଁ ରାୟଗଡ଼ା-ଗୋପାଳପୁର ସହ ସର୍ଭେ ସରିଛି
- ଲାଞ୍ଜିଗଡ଼-ତାଳଚେର ରେଳ ଲାଇନ୍ ପାଇଁ ବ୍ୟୟବରାଦ ନେଇ ଆଶା
- ତାଳଚେର-ବିମଳାଗଡ଼ ନୂଆ ରେଳପଥ ପ୍ରକଳ୍ପ ୧୮ ବର୍ଷ ହେବ ଶେଷ ହୋଇନି
- ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବି ପୂରଣ ହୋଇନି