କନକ ବ୍ୟୁରୋ : ଘନ କୁହୁଡି ସାଙ୍ଗକୁ ପ୍ରଚଣ୍ଡ ଥଣ୍ଡା ରାଜଧାନୀ ଦିଲ୍ଲୀକୁ ପ୍ରଭାବିତ କରିଛି । ବିମାନଠୁ ରେଳ ଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁହୁଡ଼ି ଯୋଗୁଁ ଅନେକ ବିମାନ ବାତିଲ ହୋଇଥିବା ବେଳେ ଅନେକ ବିମାନର ରୁଟ୍ ଡାଇଭର୍ଟ କରାଯାଇଛି ।
ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରୁ ପ୍ରାୟ ୩୦ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୧୭ଟି ବିମାନ ବାତିଲ ହୋଇଛି । ପାଲାମ ବିମାନ ବନ୍ଦରରେ ସକାଳ ୭ଟାରେ ୧୦୦ ମିଟର ଦୃଶ୍ୟମାନ ଦୂରତା ଥିବା ବେଳେ ସକାଳ ସାଢ଼େ ୭ଟାରେ ଶୂନ୍ୟ ଦୃଶ୍ୟମାନ ଦୂରତା ଥିଲା । ସେହିପରି ସକାଳ ୭ଟାରେ ସଫଦରଜଙ୍ଗ ବିମାନ ବନ୍ଦରରେ ୫୦ ମିଟର ଦୃଶ୍ୟମାନ ଦୂରତା ରହିଥିଲା । ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ଼ ଜମିଛି । ଲୋକମାନେ ଘଂଟା ଘଂଟା ଧରି ବିମାନକୁ ଅପେକ୍ଷା କରୁଛନ୍ତି । ଏୟାରପୋର୍ଟର ଭିଡ଼ ରେଳ ଷ୍ଟେସନର ଗହଳି ଭଳି ଲାଗୁଛି । ଥଣ୍ଡା ପାଗରେ ଯାତ୍ରୀମାନେ ତଳେ ବସି ବିମାନକୁ ଅପେକ୍ଷା କରୁଛନ୍ତି । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏୟାରପୋର୍ଟରେ ବସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/13-21.jpg)