କନକ ବ୍ୟୁରୋ: ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ନିଲାଂଚଳ ଏକ୍ସପ୍ରେସ୍ । ଲୋକୋପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲେ ଶହଶହ ଯାତ୍ରୀ । କାରଣ ଲକ୍ଷ୍ନୌ ନିଗାହୋ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ ଯାହା ରେଳ ଯାତ୍ରୀଙ୍କ ମନରେ ଛନକା ସୃଷ୍ଟି କରିବାକୁ ଯଥେଷ୍ଟ ।

Advertisment

ୟୁପିରେ ଭୀଷଣ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସ୍ଥିତିରେ ରେଲୱେ ଟ୍ରାକ୍ ବି ତରଳିଯାଇ ବଙ୍କା ହୋଇଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିଗାହୋ ରେଲୱେ ଷ୍ଟେସନ ନିକଟରେ । ସୂଚନା ମୁତାବକ, ଶନିବାର ସନ୍ଧ୍ୟା ପାଖାପାଖି ୫ଟା ସମୟରେ ଲୁପ ଲାଇନରେ ନିଲାଂଚଳ ଏକ୍ସପ୍ରେସ ଯିବାବେଳକୁ ଟ୍ରାକ୍ ତରଳିଯାଇ ବଙ୍କା ହୋଇଗଲା । ଫଳରେ ଲୋକୋ ପାଇଲଟକୁ ଝଟକା ଅନୁଭୂତ ହୋଇଥିଲା । ଏହାର ସୂଚନା ତୁରନ୍ତ କଣ୍ଟ୍ରୋଲ ରୁମକୁ ଦେଇଥିଲେ ଲୋକୋପାଇଲଟ୍ । ଏହାପରେ ତୁରନ୍ତ ଇଞ୍ଜିନିୟରିଙ୍ଗ କର୍ମଚାରୀ ସେଠାରେ ପହଞ୍ଚି ଟ୍ରାକର ମରାମତି କରିଥିଲେ । ଏବେ ଏହାର ଯାଞ୍ଚ ଆରମ୍ଭ ହୋଇଥିବା ସୂଚନା ରହିଛି ।