କନକ ବ୍ୟୁରୋ : ଦେଶରେ ପୁଣିଥରେ ମୁଣ୍ଡଟେକିଛି କୃଷକ ଆନ୍ଦୋଳନ । ଦିଲ୍ଲୀରେ ପହଂଚିଛନ୍ତି ଆନ୍ଦୋଳନକାରୀ କୃଷକ । ସେପଟେ ଦିଲ୍ଲୀରେ କିଭଳି ଅଧିକରୁ ଅଧିକ କୃଷକ ପହଂଚି ନ ପାରିବେ ସେ ନେଇ ସରକାର ଦିଲ୍ଲୀର ସମସ୍ତ ସୀମାକୁ କଡା ସୁରକ୍ଷାର ସହ ସିଲ୍ କରିଦେଇଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ପରେ ପଞ୍ଜାବରେ କୃଷକମାନେ ରେଳସେବା ଠପ୍ କରିଦେଇଛନ୍ତି । ଆନ୍ଦୋଳନରତ କୃଷକମାନେ ପଞ୍ଜାବର ବିଭିନ୍ନ ରେଳ ଲାଇନ ଉପରେ ବସି ରେଳ ସେବା ଠପ୍ କରିଦେଇଛନ୍ତି ।
ସେପଟେ ଦିଲ୍ଲୀର ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହରିଆଣା ସୀମାରେ ପୋଲିସ ବ୍ୟତୀତ ଅର୍ଦ୍ଧସାମରିକ ବଳ ମଧ୍ୟ ନିୟୋଜିତ କରାଯାଇଛି । ସବୁଠାରୁ ବଡ ଖବର କି, ଏଠାରେ ନିୟୋଜିତ ହୋଇଥିବା ବିଏସଏଫ ଯବାନଙ୍କ ମଧ୍ୟରୁ ୧୧ ଜଣ ଅସୁସ୍ଥ ହୋଇପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/24-15.jpg)