ରେଳବାଇ: କେନ୍ଦ୍ର ବଜେଟରେ ଓଡ଼ିଶାକୁ ମିଳିଲା ୪ ହଜାର ୩୭୩ କୋଟି ଟଙ୍କାର ଅନୁଦାନ । ୬ଟି ନୂଆ ପ୍ରକଳ୍ପ ପାଇଁ ମିଳିଲା ୧୨୬୩ କୋଟି । 

586

କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ଓଡ଼ିଶାର ପୂର୍ବତଟ ରେଳବାଇକୁ ମିଳିଲା ମୋଟ୍ ୫ ହଜାର ୮୬୫ କୋଟି ଟଙ୍କାର ଅନୁଦାନ । ତେବେ ଏହାବାଦ୍ ଓଡ଼ିଶାରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ମୋଟ୍ ୪ ହଜାର ୩୭୩ ଟଙ୍କା କେନ୍ଦ୍ର ବଜେଟରୁ ମିଳିଛି । ନୂତନ ପ୍ରକଳ୍ପ ଏବଂ କାର୍ଯ୍ୟକ୍ଷମ ଚାଲିଥିବା ପ୍ରୋଜେକ୍ଟ ମଧ୍ୟରୁ ଅନୁଗୁଳ-ସୁକିନ୍ଦା ଲାଇନ୍ ପାଇଁ ୪୫୦ କୋଟି, ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି, ଖୋର୍ଦ୍ଧା-ବଲାଙ୍ଗୀର ଲାଇନ୍ ପାଇଁ ୫୨୦ କୋଟି, ତାଳଚେର-ବିମଳାଗଡ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ପାଇଁ ୩୩ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୨୦ କୋଟି, ଖୋର୍ଦ୍ଧା ରୋଡ୍-ବିଜୟ ନଗରମ୍ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ସେହିପରି ରେଳ ଲାଇନ୍ ଦୋହରିକରଣ ନେଇ ସମ୍ବଲପୁର-ତାଳଚେର ଲାଇନ୍ ପାଇଁ ୨୯୨ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୩୮୨ କୋଟି, ଟିଟିଲାଗଡ଼-ବିଜୟନଗରମ ୩୮୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ପାଇଁ ୧୦୨ କୋଟି, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ୨୦୧ କୋଟି, ଜଗଦଲପୁର-କୋରାପୁଟ ୧୩୦ କୋଟି ଭଳି ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।