କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଅମାପ ସମ୍ପତ୍ତି । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା ।
ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରିବା ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟର ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି ।
ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । ଆୟକର ବିଭାଗର ୧୫ରୁ ଅଧି ଟିମ୍ ଏକା ସାଙ୍ଗରେ ଚଢାଉ କରୁଛନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/7-10.jpg)