୪ଦିନ ହେଲା ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କନକ ନ୍ୟୁଜ୍ ହାତରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।

139

କନକ ବ୍ୟୁରୋ: ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

ଆଜି ପୁଣି ବଲାଙ୍ଗିରର ବିଭିନ୍ନ ସ୍ଥାନରେ ଚଢାଉ ହୋଇପାରେ । ଏଥିପାଇଁ ଆୟକର ବିଭାଗର ଅଧିକ ଅଧିକାରୀ ନିୟୋଜିତ ହୋଇପାରନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ୧୦ ଦିନ ତଳେ ବଲାଙ୍ଗୀରକୁ ବଡ ବଡ ବ୍ୟାଗରେ ଟଙ୍କା ଭର୍ତ୍ତି ହୋଇ ସୁଦପଡାର ଭାଟି ମ୍ୟାନେଜରଙ୍କ ଘରକୁ ଆସିଥିଲା ।