ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ : ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଚଢାଉ ଜୋରଦାର

82

କନକ ବ୍ୟୁରୋ : ରାଜଧାନୀରେ ଗତ ୨ ଦିନ ଧରି ବିଏମସି ପକ୍ଷରୁ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଜୋରଦାର ହୋଇଛି ଚଢାଉ । ଏହି କ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ବିଏମସି ଟିମ୍ । ପ୍ରଥମ ଦିନରେ ୬ ଶହ ଦୋକାନରେ ଚଢାଉ କରି ୪୨ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା । ଦ୍ୱିତୀୟ ଦିନରେ ୧୩୫୦ ଦୋକାନରେ ଏକ ଲକ୍ଷ ୧୯ ହଜାର ୯୦୦ ଟଙ୍କାର ଫାଇନ୍ କାଟିଛି ବିଏମସି ଟିମ୍ । ମୋଟ୍ ୩ଟି ସ୍କୁଆଡ୍ ଏହି ଚଢାଉ କରିଛନ୍ତି ।

ରସୁଲଗଡ ଛକରେ ଦୋକାନ ଗୁଡିକ ଉପରେ ଚଢାଉ ସମୟରେ ଉତେଜନା ଦେଖିବାକୁ ମିଳିଥିଲା । ପ୍ରତିବାଦରେ ବ୍ୟବସାୟୀମାନେ ରାସ୍ତାରୋକ୍ କରିଥିଲେ । ଦୋକାନ ଗୁଡିକରେ ନିର୍ଧାରିତ ମାନର ପଲିଥିନ୍ ବ୍ୟବହାର କରିବା, ପଲିଥିନ୍ ଓ ଜରି ବ୍ୟବହାର ବନ୍ଦ କରିବା, ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲଂଘନ କରିଥିବା ଦୋକାନ ଗୁଡିକ ଉପରେ ଫାଇନ୍ କଟା ଯାଇଥିବା ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ।