ଗ୍ୟାଙ୍ଗୱାର ପରେ ଝାରପଡ଼ା ଜେଲରେ ରେଡ୍ । ଡିସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମର ଚଢ଼ାଉ । ରେଡ଼ରେ ୬ ଜଣ ଏସିପି ସାମିଲ

112

କନକ ବ୍ୟୁରୋ: ଝାରପଡା ଜେଲରେ ରେଡ୍ । କମିସନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଝାରପଡା ଜେଲରେ ଚଢାଉ କରିଛି । ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଁଚି ରେଡ୍ ଚଲାଇଛି । ଗତକାଲି ଜେଲ୍ ପରିସରରେ ଗ୍ୟାଙ୍ଗୱାର ପରେ କମିସନରେଟ୍ ପୋଲିସ ଏହି ରେଡ୍ କରିଛି । ଜେଲର ପ୍ରତ୍ୟେକ ସେଲରେ ଛାନବିନ୍ କରାଯାଉଛି । ପ୍ରତ୍ୟେକ ୱାର୍ଡରେ ଛାନବିନ୍ କରାଯାଉଛି । ଡିସିପିଙ୍କ ସମେତ ବିଭିନ୍ନ ଜୋନର ପାଖାପାଖି ୬ ଜଣ ଏସିପି ମଧ୍ୟ ଏହି ଚଢାଉରେ ସାମିଲ ହୋଇଛନ୍ତି । ଗତକାଲି ଝାରପଡା ଭିତରେ ଗ୍ୟାଙ୍ଗୱାରର ଖବର ଆସିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଥିବାବେଳେ ନିଶା କାରବାରକୁ ନେଇ ଏଭଳି ଗଣ୍ଡଗୋଳ ହେଉଥିବା କୁହାଯାଉଛି । ଯାହାକୁ ନେଇ ଆଜି କମିସନ୍ରେଟ୍ ପୋଲିସ ପକ୍ଷରୁ ଜେଲ୍ରେ ଚଢାଉ କରାଯାଉଛି ।