କନକ ବ୍ୟୁରୋ : ପଦ୍ମପୁର ଗଳିପଡାରେ ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ରେଡ୍ । ମଙ୍ଗଳବାର ରାତି ୧୦ଟାରୁ ୧୧ଟା ୩୦ ଯାଏ ଏହି ରେଡ ଚାଲିଥିଲା । ପଦ୍ମପୁର ଅତିରିକ୍ତ ତହସିଲଦାରଙ୍କ ସମେତ ଏକ ୪ ଜଣିଆ ଟିମ୍ ପୁଲିସ ସହାୟତାରେ ଏହି ଯାଞ୍ଚ କରିଥିଲେ । ସେପଟେ ଘଟଣା ନେଇ ପ୍ରତାପଙ୍କ ଭଣଜା ମୁହଁ ଖୋଲିଛନ୍ତି । କାହାକୁ କିଛି ନଜଣାଇ ପୁରା ଟିମ୍ ହଠାତ୍ ଘରେ ପଶି ଯାଞ୍ଚ ଆରମ୍ଭ କରିଦେଇଥିଲେ ହେଲେ କିଛି ପାଇଲେ ନାହିଁ । କାହିଁକି ଓ କେଉଁଠୁ ଆସିଛ ପ୍ରଶ୍ନ କରିବା ପରେ ବି କୌଣସି ଉତ୍ତର ଦେଇନଥିଲେ । ବିନା ସର୍ଚ୍ଚ ୱାରେଣ୍ଟରେ ଏହିଭଳି ଯାଞ୍ଚ ପରଖ କରିବା କେବଳ ହଇରାଣ କରିବାକୁ ଉଦ୍ୟମ ବୋଲି ପ୍ରତାପଙ୍କ ଭଣଜା ଅଭିଯୋଗ କରିଛନ୍ତି ।
ପଦ୍ମପୁରରେ ରେଡ୍ ଜାରି : ରାତି ଅଧରେ ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ନିର୍ବାଚନ ସ୍ୱତନ୍ତ୍ର ସ୍କ୍ୱାର୍ଡର ଚଢ଼ାଉ, ୪ଟିମ୍ ସାମିଲ
/kanak/media/post_attachments/wp-content/uploads/2022/11/8-20.jpg)