କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ୱର ଜିପିଏଚ ଡିଭିଜନ୍ ୨ର ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କ ଘରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ଏକକାଳୀନ ୬ଟି ସ୍ଥାନରେ ଚଢାଉ ହୋଇଛି । ନୟାପଲ୍ଲୀରେ ଥିବା ରବୀନ୍ଦ୍ର ପ୍ରଧାନଙ୍କ ଦୁଇ ମହଲା କୋଠା, ବାଲିଅନ୍ତା କାଂଚିଲୋରେ ଥିବା ଆପାର୍ଟମେଂଟର ପ୍ଲଟ୍, ନହରକଂଟାରେ ଥିବା ଏକମହଲା ଘରେ ଚଢାଇ ।
ସେହିପରି ଭୁବନେଶ୍ୱର ୟୁନିଟ୍ ୩ରେ ଥିବା ସରକାରୀ କାର୍ଯ୍ୟାଳୟ, ଖୁରୁଂଟିରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ବ୍ରହ୍ମପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗରର ପୈତୃକ ବାସଭବନରେ ଚାଢଉ ହୋଇଛି । ଚଢାଉରେ ବିଭିନ୍ନ କାଗଜପତ୍ର, ଏକାଧିକ ବ୍ୟାଙ୍କ ଆକାଉଂଟ, ନଗଦ ଟଙ୍କା, ସୁନା ଗହଣା ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/31-14.jpg)