କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, କୋମାରେ ଦେଶର ଅର୍ଥନୀତି, ଡାକ୍ତର ଜେଟଲୀଙ୍କ ଔଷଧରେ ନାହିଁ ଦମ୍

Advertisment
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, କୋମାରେ ଦେଶର ଅର୍ଥନୀତି, ଡାକ୍ତର ଜେଟଲୀଙ୍କ ଔଷଧରେ ନାହିଁ ଦମ୍

image courtesy-http://images.indianexpress.com

କନକ ବ୍ୟୁରୋ : ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ବିମୁଦ୍ରାୟନ ଏବଂ ଜିଏସଟି ବାବଦରେ ଅର୍ଥମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି: ଡାକ୍ତର ଅରୁଣ ଜେଟଲୀ ଏ ଦୁଇଟି ସଂସ୍କାର ଯୋଗୁଁ ଭାରତୀୟ ଅର୍ଥନୀତି ଆଇସିୟୁରେ ପଡ଼ିଛି।ରାହୁଳ ଟୁଇଟ କରି ଲେଖିଛନ୍ତି: ଡାକ୍ତର ଜେଟଲୀ, ନୋଟବନ୍ଦୀ ଏବଂ ଜିଏସଟି ଅର୍ଥନୀତିକୁ ଆଇସିୟୁ ମଧ୍ୟକୁ ପେଲି ଦେଇଛି। ଅନ୍ୟମାନଙ୍କ ଠାରୁ କେଉଁ ଗୁଣରେ କମ ନୁହନ୍ତି ବୋଲି ଆପଣ କହୁଛନ୍ତି, କିନ୍ତୁ, ଆପଣଙ୍କ ଔଷଧ ସେମିତି କାମ କରୁନାହିଁ।

publive-imageସେ କହିଛନ୍ତି ସରକାରଙ୍କ ଅର୍ଥନୈତିକ ସଂସ୍କାର ଦେଶର ଅର୍ଥନୀତିକୁ ଏମିତି ନଷ୍ଟ କରି ଦେଇଛି ଯେ ଡାକ୍ତରଖାନାର ସ୍ପେସାଲ କେୟାର ୟୁନିଟ, ଆଇସିୟୁରେ ଅଥବା ଇଣ୍ଟେନସିଭ କେୟାର ୟୁନିଟରେ ଥିବା ରୋଗୀଙ୍କୁ କଠିନ ଏବଂ କ୍ଳାନ୍ତିକର ଚିକିତ୍ସା ଯୋଗାଇବା ପର ବି କୌଣସି ଉପସମ ମିଳୁନାହିଁ ।
ଗତ କିଛିଦିନ ହେବ ଉଭୟ ବିମୁଦ୍ରାୟନ ଏବଂ ଜିଏସଟି ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଅନେକ ଆରୋପ ପ୍ରତ୍ୟାରୋପ ଚାଲିଛି ।

ଅଳ୍ପ କିଛି ଦିନ ତଳେ କଂଗ୍ରେସ ଜିଏସଟିକୁ ‘ଗବ୍ଦର ସିଂହ ଟ୍ୟାକ୍ସ’ ବୋଲି କହି ବିଜେପିକୁ ସମାଲୋଚନା କରିଥିଲେ । ସେପଟେ ବିଜେପି କହିଥିଲା, ଯେଉଁମାନେ ଟୁଜି ଏବଂ କୋଲ୍ ବ୍ଲକ ସ୍କାମରେ ଅଭ୍ୟସ୍ତ ସେମାନେ ବୈଧ୍ୟ ଟିକସ ପ୍ରତି ଅଭିଯୋଗ ଉଠାଇବେ।

ମଧ୍ୟପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାହୁଲଙ୍କ ନାଁ ନନେଇ ପ୍ରବଳ ବର୍ଷିଥିଲେ । କହିଥିଲେ ପିଢୀ ପରେ ପିଢୀ ଦେଶକୁ ବରବାଦ କରିଥିବା ଲୋକ ଦେଶ ପାଇଁ ଏବେ କାନ୍ଦୁଛନ୍ତି । ସେତେବେଳେ ଧର୍ମେନ୍ଦ୍ର କହିଥିଲେ ନୂଆଜୋତା ପିନ୍ଧିଲେ ଦୁଇ ତିନ ଦିନ ପର୍ଯ୍ୟନ୍ତ କାଟିଥାଏ, ସେହିପରି କିଛିଦିନ ପରେ ବ୍ୟବସାୟୀମାନଙ୍କର ଅଂଶ ହୋଇଯିବ । ନଭେମ୍ବର ୮ ତାରିଖକୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ‘କଳା ଦିବସ’ ଭାବେ ପାଳନ କରିବେ। ଗତ ବର୍ଷ ନଭେମ୍ବର ୮ ତାରିଖ ଦିନ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଥିଲେ।ନଭେମ୍ବର ୮ ତାରିଖକୁ ‘କଳାଟଙ୍କା ନିରୋଧୀ ଦିବସ’ ରୂପେ ପାଳିବାକୁ ବିଜେପି ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe