କନକ ବ୍ୟୁରୋ: କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏପରି ଘୋଷଣା କରିଛନ୍ତି । ରାହୁଲ ଗାନ୍ଧୀ ସୋମବାର କର୍ଣ୍ଣାଟକର ବେଲଗାବିର ଯୁବ କ୍ରାନ୍ତି ସମାଗମରେ ଯୋଗଦେଇ ବିଭିନ୍ନ ନିର୍ବାଚନୀ ଘୋଷଣା କରିଛନ୍ତି । କର୍ଣ୍ଣାଟକ ସରକାର ଦେଶର ସବୁଠୁ ଅଧିକ ଭ୍ରଷ୍ଟାଚାର ସରକାର ବୋଲି ସେ କହିଛନ୍ତି । କିଛି ବି କାର୍ଯ୍ୟ କରିବାକୁ ଚାହିଁଲେ ଏଠାରେ ପ୍ରଥମେ ୪୦ ପ୍ରତିଶତ ଲାଞ୍ଚ ଦେବାକୁ ପଡ଼େ ବୋଲିସ ରାହୁଲ ଗାନ୍ଧି କହିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି, ଏହି ଦେଶ କେବଳ ଜଣଙ୍କର ନୁହେଁ କିମ୍ବା ଆଦାନୀର ନୁହେଁ ଏହି ଦେଶ ଗରିବ ଲୋକ ଓ କୃଷକଙ୍କର ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରତି ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ତିନି ହଜାର ଟଙ୍କା ଦେବାକୁ ଘୋଷଣା କରିବା ସହ ଯଦି ତାଙ୍କ ଦଳ ସରକାରକୁ ଆସେ ତେବେ ଏସସି ସଂରକ୍ଷଣ ୧୫ ପ୍ରତିଶତରୁ ବଢାଇ ୧୭ ପ୍ରତିଶତ କରିଦେବେ । ଏହା ସହ ଏସଟି ସଂରକ୍ଷଣକୁ ୩ରୁ ବଢାଇ ୭ ପ୍ରତିଶତ କରିବେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ୧୦ ଲକ୍ଷ ଯୁବକଙ୍କୁ ରାଜ୍ୟରେ ରୋଜଗାର ଦିଆଯିବାର ବ୍ୟବସ୍ଥା, ପ୍ରତି ବିପିଏଲ ପରିବାରକୁ ଅନ୍ନ ଭାଗ୍ୟ ସ୍କିମରେ ୧୦କିଲୋଗ୍ରାମ ଚାଉଳ ଦିଆଯିବାର ବ୍ୟବସ୍ଥା, ଗୃହ ଜ୍ୟୋତି ସ୍କିମରେ ୨ ହଜାର ୟୁନିଟ ମୁକ୍ତ ବିଜୁଳି ଯୋଗାଣ ଆଦିର ବ୍ୟବସ୍ଥା କଂଗ୍ରେସ ସରକାର କରିବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।