କନକ ବ୍ୟୁରୋ: ଓଡିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଉଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତରୁ କିଛି ଏଭଳି ଆଭାସ ମିଳିଛି । କାରଣ ରାଉରକେଲାରେ ପଦଯାତ୍ରାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ । ତେଲେଙ୍ଗାନାରେ ବିଆରଏସ୍ ଯେମିତି ବିଜେପି ସହ ମିଶି ରହିଥିବା କଂଗ୍ରେସ ଅଭିଯୋଗ କରୁଥିଲା, ଠିକ୍ ସେମିତି ଓଡିଶାରେ ବିଜେପି-ବିଜେଡି ପାର୍ଟନରସିପ୍ ସରକାର ଚାଲୁଥିବା କହିଛନ୍ତି ରାହୁଲ ଗାନ୍ଧୀ ।
- ରାଉରକେଲାରୁ ରାହୁଲଙ୍କ ଟାର୍ଗେଟ
- ଉଭୟ ବିଜେଡି-ବିଜେପିକୁ ସମାଲୋଚନା
୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡିଶାରେ ଚାଲିଥିବା ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ, ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତିି । ରାଜ୍ୟର ୩୦ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଥିବାବେଳେ ଉଦ୍ୟୋଗପତି ଓଡିଶାକୁ ଆସି ଲୁଟୁଥିବା କହି ଶାଣିତ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ ।
କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିଥିବା କଂଗ୍ରେସର ତୁଙ୍ଗ ନେତାମାନେ ବି ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ କହି କଟାକ୍ଷ କରିଛନ୍ତି ଯୁବ କଂଗ୍ରେସ ନେତା କହ୍ନେୟା କୁମାର । ଏପଟେ କଂଗ୍ରେସର ଅଭିଯୋଗକୁ ବିଜେଡି-ବିଜେପି ନେତା ଖଣ୍ଡନ କରିଛନ୍ତ । ଏବଂ କଂଗ୍ରେସକୁ ପାଲଟା ସମାଲୋଚନା କରିଛନ୍ତି । ତେବେ ଓଡିଶାରୁ ଦୁଇ ଶାସକ ଦଳକୁ ରାହୁଲ ଓ ଶୀର୍ଷ ନେତୃତ୍ୱ ଟାର୍ଗେଟ କରିବା ପରେ, ଉତ୍ସାହିତ କଂଗ୍ରେସ ନେତା ଓ କର୍ମୀ । ଏଥିସହ ନ୍ୟାୟ ଯାତ୍ରାବେଳେ ରାସ୍ତାରେ ଅଟକି ଲୋକଙ୍କୁ ଭେଟିଛନ୍ତି ରାହୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/1-15.jpg)