କୁନୋ ଜାତୀୟ ଉଦ୍ୟାନକୁ ଆସିଲା ଚିତା: ରାହୁଲଙ୍କ ଟାର୍ଗେଟ ୮ବର୍ଷରେ ୮ଟି ଚିତା ଆଣିଲ, ୮ ବର୍ଷରେ କାହିଁକି ଆସିଲାନି ୧୬ କୋଟି ଚାକିରି

604

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସାରା ଦେଶରେ ସେବା ଦିବସ ଭାବେ ପାଳନ କରୁଛି ବିଜେପି । ଏହାକୁ କାଉଂଟର କରି ଆଜି ଜାତୀୟ ବେରୋଜଗାର ଦିବସ ଭାବେ ପାଳନ କରିଛି କଂଗ୍ରେସ । ଦେଶରେ ବେକାରୀ ସମସ୍ୟା କିପରି ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି, ଦର୍ଶାଇଛି ଦଳ । ଟୁଇଟ୍ କରି ସିଧାସଳଖ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ଭାରତକୁ ଚିତା ଆସିବା ନେଇ କଟାକ୍ଷ କରିବା ସହ କହିଛନ୍ତି ୮ ବର୍ଷର ଶାସନ କାଳରେ ୮ଟି ଚିତା ଆସିଲା । ୮ ବର୍ଷରେ ୧୬ କୋଟି ଚାକିରି କାହିଁକି ଆସିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମୋଦୀ ସରକାର । ୮ ବର୍ଷ ମଧ୍ୟରେ ୧୬ କୋଟି ଚାକିରି ସୃଷ୍ଟି ହେବା କଥା । କିନ୍ତୁ ଦେଶରେ ବେକାରୀ ବଢ଼ି ବଢ଼ି ଚାଲିଥିବା ଅଭିଯୋଗ କରିଛି କଂଗ୍ରେସ । ଭାରତରେ ବେକାରୀ ହାର ବୃଦ୍ଧି ପାଇବାରେ ଲାଗିଛି । ୪୨ ପ୍ରତିଶତ ଯୁବକ ଘରେ ବେକାର ହୋଇ ବସିଛନ୍ତି । ସେହିପରି କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ପୂର୍ବାପେକ୍ଷା କମିଥିବା ଅଭିଯୋଗ କରିଛି କଂଗ୍ରେସ ।