ଆଜି ସରିବ ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ସକାଳ ୮ଟାରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରୁ ଆରମ୍ଭ ହେବ ଯାତ୍ରା ।

86

କନକ ବ୍ୟୁରୋ: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ଜାରି ରହିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ଗତକାଲି ଝାରସୁଗଡାରେ ପହଞ୍ଚିଲା । କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସର ତୁଙ୍ଗ ନେତାମାନ ଯୋଗଦେଇଛନ୍ତି । ଆଜି ସକାଳ ୮ଟାରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରୁ ଏହି ଯାତ୍ରା ପୁଣି ଆରମ୍ଭ ହେବ । ପ୍ରାୟ ଦୁଇ କିଲୋମିଟର ଯିବା ପରେ ବେହେରାମାଳ କିଷାନ ଛକରେ ଯାତ୍ରା ଶେଷ ହେବ । କିଷାନ ଛକରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପଞ୍ଚିି ସେଠାରେ ବିଶ୍ରାମ ନେବେ । ତେବେ ରାହୁଲ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେବାକୁ ଦିଲ୍ଲୀ ଯିବେ । ସେଥିପାଇଁ ଝାରସୁଗୁଡାରେ କାର୍ଯ୍ୟକ୍ରମ ଶୀଘ୍ର ସରିଯିବ ବୋଲି ସୂଚନା ମିଳିଛି ।

ତେବେ ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତିି । ରାଜ୍ୟର ୩୦ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଥିବାବେଳେ ଉଦ୍ୟୋଗପତି ଓଡିଶାକୁ ଆସି ଲୁଟୁଥିବା କହି ଶାଣିତ ଆକ୍ରମଣ କରିଛନ୍ତି ।