କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି । ଚିଠିରେ ସୁନ୍ଦରଗଡ ହକି ଖେଳାଳିଙ୍କ ସମସ୍ୟା ସମାଧାନ କରିବାକୁ ଅନୁରୋଧ ।

92

କନକ ବ୍ୟୁରୋ: ଓଡ଼ିଶାର ହକି ଖେଳାଳିଙ୍କ ପାଇଁ ଚିନ୍ତା ପ୍ରକଟ କଲେ ରାହୁଲ ଗାନ୍ଧୀ । ସୁନ୍ଦରଗଡ଼ରେ ଥିବା ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ସ୍ୱତନ୍ତ୍ର କ୍ରୀଡ଼ା ଅଞ୍ଚଳର ଆଷ୍ଟ୍ରୋ ଟ୍ରଫକୁ ଶୀଘ୍ର ପରିବର୍ତ୍ତନ କରିବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଚିଠି । ଗତ ୭ ତାରିଖ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ରାହୁଲଙ୍କୁ ଭେଟିବା ସହ ଆଷ୍ଟ୍ରୋ ଟ୍ରଫ ପରିବର୍ତ୍ତନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଆଷ୍ଟ୍ରୋ ଟ୍ରଫ ନଷ୍ଟ ହୋଇଯାଇଥିବାରୁ ଖେଳାଳିଙ୍କୁ ସମସ୍ୟା ହେଉଛି । ତେଣୁ ଖେଳାଳିଙ୍କ ସମସ୍ୟା ସମ୍ପର୍କରେ ଚିଠି ଲେଖି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଜଣାଇଛନ୍ତି ରାହୁଲ । ସୁନ୍ଦରଗଡ଼ ହକିର ଏନ୍ତୁୁଡ଼ିଶାଳ ହୋଇଥିବା ବେଳେ ଏଠାରେ ହକିକୁ ନେଇ ଖେଳାଳିଙ୍କ ମଧ୍ୟରେ ରହିଛି ଉତ୍ସାହ । ଏଠିକାର ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ସୁନାମ ଆଣିଛନ୍ତି । ତଣେୁ ଖେଳାଳିଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ତୁରନ୍ତ ଆଷ୍ଟ୍ରୋ ଟ୍ରଫ ପରିବର୍ତ୍ତନ କରିବାକୁ ଚିଠି ଲେଖିଛନ୍ତି ରାହୁଲ ।