କନକ ବ୍ୟୁରୋ: ହିଣ୍ଡେନବର୍ଗ ଓ ସେବି ମାମଲାରେ ଆକ୍ରମଣାତ୍ମକ ମୁଦ୍ରାରେ ରାହୁଲ ଗାନ୍ଧୀ । ବିରୋଧୀ ଦଳ ନେତାଙ୍କ ବୟାନ ସେୟାର ବଜାରକୁ ପ୍ରଭାବିତ କରୁଛି ବୋଲି ବିଜେପି କହୁଛି । ଆଉ ଏହି ସମୟରେ ସାମ୍ନାକୁ ଆସିଛି ସେୟାର ବଜାରରେ ରାହୁଲଙ୍କ ରୋଜଗାରର ମାଧ୍ୟମ। ରାହୁଲ ସେୟାର ମାର୍କେଟରେ ଟଙ୍କା ଲଗାନ୍ତି । ଗତ ୫ ମାସ ମଧ୍ୟରେ ରାହୁଲ ସେୟାର ବଜାରରୁ ୪୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି ବୋଲି ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ ୧୫ ମାର୍ଚ୍ଚ, ୨୦୨୪ରେ ଷ୍ଟକ ମାର୍କେଟରେ ରାହୁଲଙ୍କର ସମ୍ପତ୍ତି ୪ କୋଟି ୩୩ ଲକ୍ଷ ଟଙ୍କା ଥିଲା। ଅଗଷ୍ଟ ୧୨ ଅର୍ଥାତ ସୋମବାର ସୁଦ୍ଧା ରାହୁଲଙ୍କ ସମ୍ପତ୍ତି ୪ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ରାହୁଲ ଗାନ୍ଧୀ ଲୋକସଭାରେ ଦାଖଲ କରିଥିବା ସମ୍ପତି ତାଲିକାରେ ସେ ଅର୍ଥ ବିନିଯୋଗ କରିଥିବା ଷ୍ଟକର ତଥ୍ୟ ଦେଇଥିଲେ। ଏହି ଷ୍ଟକର ମୂଲ୍ୟ ବୃଦ୍ଧିକୁ ଆକଳନ କଲେ ରାହୁଲ ୫ ମାସରେ ୪୬ ଲକ୍ଷ ୪୯ ହଜାର ଟଙ୍କା ଲାଭ କରିଥିବା ସୂଚନା ମଳିଛି। ରାହୁଲ ମୋଟ ୨୪ ଟି କମ୍ପାନୀରେ ଅର୍ଥ ବିନିଯୋଗ କରିଛନ୍ତି। ସେଥିରୁ ୨୦ ଟି କମ୍ପାନୀର ଷ୍ଟକର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ୪ ଟିରେ କ୍ଷତି ସହିଛନ୍ତି।

ରାହୁଲଙ୍କୁ ଏସିଆନ ପେଣ୍ଟସ୍,ବାଜାଜ ଫାଇନାନ୍ସ,ଦୀପକ ନାଇଟ୍ରେଟ୍,ଡିଭିସ ଲ୍ୟାବ୍ସ, ଜିଏମଏମ ଫାଉଡଲର, ହିନ୍ଦୁସ୍ଥାନ ୟୁନିଲିଭର, ଇନଫୋସିସ୍ ,ଆଇଟିସି,ଟ୍ୟୁବ ଇନଭେଷ୍ଟମେଣ୍ଟ ଅଫ ଇଣ୍ଡିଆ ଭର୍ଟେଜ ଆର୍ଡଭାଟାଇଜିଂ ଲାଭ ଦେଇଛି । ସେହିପରୀ ୫ଟି କମ୍ପାନୀରୁ ସେ କ୍ଷତି ମଧ୍ୟ ସହିଛନ୍ତି । ତେବେ ଯେଉଁ ସେୟାରବଜାରରେ ଅସ୍ଥିରତା ଦେଖାଯାଉଛି,ଯେଉଁଠାରେ ଅର୍ଥ ନିବେଶ ଗୋଟେ ପ୍ରକାର ରିସ୍କ ସେଠାରେ କାହିଁକି ରାହୁଲ ଅର୍ଥ ନିବେଶ କରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।