ଆଜି ରାୟଗଡା ଆସିବେନି ରାହୁଲ । ନାମାଙ୍କନ ଦାଖଲ ଯୋଗୁଁ ଓଡିଶା ଗସ୍ତ ବାତିଲ । ସୂଚନା ଦେଲେ ପ୍ରସାଦ ହରିଶ୍ଚନ୍ଦନ ।

Advertisment
ଆଜି ରାୟଗଡା ଆସିବେନି ରାହୁଲ । ନାମାଙ୍କନ ଦାଖଲ ଯୋଗୁଁ ଓଡିଶା ଗସ୍ତ ବାତିଲ । ସୂଚନା ଦେଲେ ପ୍ରସାଦ ହରିଶ୍ଚନ୍ଦନ ।

କନକ ବ୍ୟୁରୋ: ଆଜି ରାୟଗଡା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ଆଜି ରାୟବରେଲିରେ ନାମାଙ୍କନ ଭରିବେ ରାହୁଲ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ ।

ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସ ଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ । ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe