୨୦୨୪ ନିର୍ବାଚନ ଲଢ଼ି ପାରିବେନି ରାହୁଲ? ବିବାଦୀୟ ବୟାନ ବଢ଼ାଇଲା ଅଡୁଆ, ଜେଲ ଦଣ୍ଡାଦେଶ ପରେ ପାଇଲେ ବେଲ

237

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ମାମଲା, କୋର୍ଟରେ ପହଂଚିବା ପରେ ହାଜର ହୋଇଛନ୍ତି ରାହୁଲ । ୪ ବର୍ଷ ତଳର ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ, ୨ ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି କୋର୍ଟ । ଅବଶ୍ୟ ରାହୁଲ ଗାନ୍ଧୀଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । କିନ୍ତୁ ରାହୁଲ ଗାନ୍ଧୀଙ୍କ ପାଇଁ ବଡ ସମସ୍ୟ ସୃଷ୍ଟି କରିଛି କୋର୍ଟଙ୍କ ଆଭିମୁଖ୍ୟ ।

୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦୀ ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ଠକେଇ ଅଭିଯୁକ୍ତ ନୀରବ ମୋଦୀ, ଲଳିତ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁକୁ ଯୋଡି କହିଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦୀ । ରାହୁଲଙ୍କ ବାୟନ ପୂରା ମୋଦୀ ସମାଜ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ ।

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୨୪ ନିର୍ବାଚନ ଲଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଜନପ୍ରତିନିଧି ଆଇନ ଅନୁସାରେ
– କୌଣସି ମାମଲାରେ ୨ ବର୍ଷ କିମ୍ବା ଅଧିକ ସଜା ହେଲେ ସଦସ୍ୟତା ରଦ୍ଦ ହେବ
– ଅର୍ଥାତ ସାଂସଦ କିମ୍ବା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବେ ବାଚସ୍ପତି
– ସଜା ଶେଷ ହେବା ପରେ ମଧ୍ୟ ୬ ବର୍ଷ ଯାଏଁ ଲଢିପାରିବେନି ନିର୍ବାଚନ

ଆଇନଜୀବୀଙ୍କ ମତରେ ସେସନ୍ସ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ରାହୁଲ ଗାନ୍ଧୀ । ଏଥିପାଇଁ ତାଙ୍କୁ ମଧ୍ୟ ୩୦ ଦିନର ମହଲତ ମିଳିଛି । ଉପରକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ ଆଗାମୀ ନିର୍ବାଚନ ଲଢିପାରିବେ କଂଗ୍ରେସ ସାଂସଦ । ନହେଲେ ସଭ୍ୟ ପଦ ରଦ୍ଧ କରିବାକୁ ନିଷ୍ପତି କରିପାରନ୍ତି ଲୋକସଭା ବାଚସ୍ପତି । ରାହୁଲ ଚାହିଁଲେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟକୁ ଯିବାର ବିକଳ୍ପ ମଧ୍ୟ ରହିଛି ।

ପୂର୍ବରୁ ପିପୁଲ୍ସ ରିପ୍ରେଜେଂଟଟିଭ ଆକ୍ଟ ବା ଜନପ୍ରତିନିଧି ଆଇନରେ ଦେଷୀଙ୍କୁ ନିଜକୁ ନିର୍ଦ୍ଦୋଶ ସାବ୍ୟସ୍ତ କିରିବା ପାଇଁ ୩ ମାସ ସମୟ ମିଳୁଥିଲା । ୨୦୧୩ରେ ସୁପ୍ରିମକୋର୍ଟ ଏହାକୁ ପରିବର୍ତନ କରିଛନ୍ତି । ଫଳରେ ଜଣେ ଦୋଷୀ ହେବାମାତ୍ରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇପାରିବ ।