କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ଗୋଟିଏ ମାତ୍ର ମାସ ବାକି ଅଛି । ଆଉ ବିଶ୍ୱକପରେ କିଏ ଟିମ ଇଣ୍ଡିଆର ଓପନିଂ କରିବ ତାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଛି । ଆଉ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ପ୍ରେସକନଫରେନ୍ସ କରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ଆଉ ଏହି ସବୁ ଆଲୋଚନାର ଅନ୍ତ ଘଟାଇ ସେ କହିଛନ୍ତି, କେଏଲ ରାହୁଲ ହିଁ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଓପନିଂ କରିବେ ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ବିରାଟ କୋହଲି ଆମ ପାଇଁ ଓପନିଂ କରିବାର ଏକ ବିକଳ୍ପ । ସେ ଆମ ପାଇଁ ଥାର୍ଡ ଓପନିଂ କରିବେ । ହେଲେ ଟି-୨୦ ବିଶ୍ୱକପରେ କେଏଲ ରାହୁଲ ଓପନିଂ କରିବେ । ତାଙ୍କ ପ୍ରଦର୍ଶନ ପ୍ରତି ଲୋକମାନଙ୍କର କମ ଧ୍ୟାନ ଥାଏ । ହେଲେ ସେ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ।

ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ଓପନିଂ କରିଥିଲେ । ଆଉ ୧୨୨ ରନ କରି ୭୧ ତମ ଶତକ ହାସଲ କରିଥିଲେ । ଏହାପରେ ଚର୍ଚ୍ଚା ଜୋର ଧରିଥିଲା କି ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓପନିଂ କରନ୍ତୁ । କେଏଲ ରାହୁଲଙ୍କ ଷ୍ଟ୍ରାଇକ ରେଟକୁ ନେଇ ମଧ୍ୟ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ ।