କନକ ବ୍ୟୁରୋ: କାଲି ଓଡିଶାରେ ପଂହଚିବ ଭାରତ ଯୋଡେ ନ୍ୟାୟ ଯାତ୍ରା । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ ପଂହଚିବେ ରାହୁଲ ଗାନ୍ଧି । ସୁନ୍ଦରଗଡ, ରାଉରକେଲା ଓ ଝାରୁସୁଗୁଡାରେ ୩ ଦିନ ଚାଲିବ ରାହୁଲଙ୍କ ଯାତ୍ରା । ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ବି କରିବେ । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ । କିନ୍ତୁ ବିଜେଡି-ବିଜେପି ରାହୁଲଙ୍କ ଗସ୍ତକୁ କଟାକ୍ଷ କରିଛନ୍ତି ।

Advertisment

ପ୍ରଥମ ଖଡଗେ ଆସି ଉପକୂଳରେ ନିର୍ବାଚନ ବିଗୁଲ ବଜାଇଲେ । ଏବେ ପଶ୍ଚିମରେ କଂଗ୍ରେସ ନିର୍ବାଚନ ବିଗୁଲ ବଜାଇବେ ରାହୁଲ ଗାନ୍ଧି । ମଙ୍ଗଳବାର ଦିନ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶାରେ ପଂହଚିବେ ରାହୁଲ । ଝାଡଖଣ୍ଡରୁ ଆସି ବୀରମିତ୍ରପୁରର ରାମପାଲ ଛକରୁ ଆରମ୍ଭ ହେବ ୩ଦିନିଆ ଭାରତ ଯୋଡ ନ୍ୟାୟ ଯାତ୍ରା । ଆଉ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସ ନେତାଙ୍କ ଟିମ ରାଉରକେଲାରେ ଡେରା ପକାଇଛନ୍ତି । ରାହୁଲଙ୍କ ଯାତ୍ରକୁ ନେଇ ଉତ୍ସାହିତ ଅଛନ୍ତି
କେତେ ପ୍ରଭାବ ପକାଇବ ନ୍ୟାୟଯାତ୍ରା?
୨୦୦ କିଲୋମିଟର ଯାତ୍ରା କରିବେ ରାହୁଲ
ରାହୁଲଙ୍କ ଭାରତ ଯୋଡେ ନ୍ୟାୟ ଯାତ୍ରା ୩ ଦିନ ଓଡିଶାରେ ରହି ଛତିଶଗଡ ଯିବ ।

ଫେବୃଆରୀ-୬
ଦିନ ୨ଟା ୩୦ରେ ଝାଡଖଣ୍ଡ-ଓଡିଶା ସୀମାରେ ପଂହଚିବ ଯାତ୍ରା
ଝାଡଖଣ୍ଡର ବାସଜୋଲ୍ରୁ ବୀରମିତ୍ରପୁରରେ ପଂହଚିବେ ରାହୁଲ

ଫେବୃଆରୀ-୭
ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା
ପାନପୋଷ ଛକରେ ସାଧାରଣ ସଭା
ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଉଦବୋଧନ
ସୁନ୍ଦରଗଡରେ ପଦଯାତ୍ରା ଓ ଉଦବୋଧନ

ଫେବୃଆରୀ-୮
ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ଯାତ୍ରା ଆରମ୍ଭ
ଅପରାହ୍ନ ୩ଟା ୪୫ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ

ରାହୁଲଙ୍କ ଯାତ୍ରାକୁ ନେଇ କଂଗ୍ରେସ ଉତ୍ସାହିତ ଥିବାବେଳେ ବିଜେଡି-ବିଜେପି ଏହାର କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ଫୋକସରେ ପଶ୍ଚିମ ଓଡିଶା । ୨୯ ତାରିଖରେ ମୋଦି ସମ୍ବଲପୁର ଆସି ନିର୍ବାଚନ ବିଗୁଲ ଫୁଙ୍କିସାରିଛନ୍ତି । ଏବେ ସୁନ୍ଦରଗଡରେ ନ୍ୟାୟଯାତ୍ରା କରି କଂଗ୍ରେସର ଜୋଶ ବଢାଇବେ ରାହୁଲ । ପ୍ରଶ୍ନ ଉଠୁଛି, ବିଜେପି-ବିଜେଡି ଗଡକୁ ଭାଙ୍ଗିପାରିବ କି କଂଗ୍ରେସ? ।