କନକ ବ୍ୟୁରୋ : ଶିବଭକ୍ତ ରାହୁଲ ସାଜିଲେ ରାମଭକ୍ତ । ମଧ୍ୟପ୍ରଦେଶ ଗସ୍ତ କରିଛନ୍ତିି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତାଙ୍କ ଗସ୍ତ ଅବସରରେ ରାହୁଲ ଚିତ୍ରକୂଟର କାମତାନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ସେଠାରେ ସାଧୁସନ୍ଥଙ୍କୁ ଭେଟି ରାହୁଲ ଆଲୋଚନା କରିଛନ୍ତି । ସବୁବେଳେ ଶିବ ମନ୍ଦିର ଯାଇ ନିଜକୁ ଶିବଭକ୍ତ କହୁଥିବା ରାହୁଲ ଗାନ୍ଧୀ ଆଜି ଭଗବାନ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି ।
ଖାଲି ଏତିକି ନୁହେଁ ରାହୁଲଙ୍କ ସ୍ୱାଗତ ପାଇଁ ପୋଷ୍ଟର ମଧ୍ୟ ଲଗାଯାଇଛି । ଯେଉଁ ପୋଷ୍ଟରରେ ରାହୁଲଙ୍କୁ ରାମ ଭକ୍ତ ବୋଲି ଦର୍ଶାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଏହି ଗସ୍ତ ଅବସରରେ ମୋଦିଙ୍କୁ ସମାଲୋଚନା କରିବା ପାଇଁ ଭୁଲି ନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାଫେଲ ଡିଲକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଶିବ ମନ୍ଦିର ଯାଇ ନିଜକୁ ଶିବଭକ୍ତ କହୁଥିବା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରେ ଶ୍ରୀରାମଙ୍କୁ ଦର୍ଶନ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/rga_1538013931_618x347.jpeg)
/kanak/media/post_attachments/wp-content/uploads/2018/09/rahul-4-300x178.jpg)