କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନ୍ୟାସନାଲ ମନିଟାଇଜେସନ୍ ପାଇପ ଲାଇନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ରାହୁଲ ଗାନ୍ଧୀ ନିଜ କ୍ରୋଧ ପ୍ରକାଶ କରିଛନ୍ତି । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ରାହୁଲ କହିଛନ୍ତି, ଗତ ୭୦ ବର୍ଷରେ ଦେଶ ପାଇଁ ଯାହା ବି ପୁଞ୍ଜି କରାଯାଇଛି, ମୋଦୀ ସରକାର ନ୍ୟାସନାଲ ମନିଟାଇଜେସନ୍ ପାଇପ ଲାଇନ୍ ଜରିଆରେ ସେସବୁକୁ ବିକ୍ରି କରିବାର ଯୋଜନା କରିଛନ୍ତି । ରେଲୱେକୁ ବେସରକାରୀ ସଂସ୍ଥାକୁ ବିକ୍ରି କରାଯାଉଛି । ମୋଦି ସରକାର ସବୁକିଛି ବିକ୍ରି କରିଦେଉଛନ୍ତି ।
ରାହୁଲ କହିଛନ୍ତି ସରକାରୀ ସମ୍ପତ୍ତିକୁ ବେସରକାରୀ ସଂସ୍ଥା ହାତରେ ଟେକି ଦେଇ ମୋଦୀ ସରକାର ଦେଶବାସୀଙ୍କ ସହ ଅନ୍ୟାୟ କରୁଛନ୍ତି । ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସନାଲ ମନିଟାଇଜେସନ୍ ପାଇପ ଲାଇନ୍ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନା ଅନ୍ତର୍ଗତ ବ୍ୟବହାର ହେଉନଥିବା କିମ୍ବା ସ୍ୱଳ୍ପ ବ୍ୟବହାର ହେଉଥିବା ସଂପତ୍ତିକୁ ଘରୋଇ ସହଭାଗିତାରେ କାମରେ ଲଗାଯିବ ବୋଲି କେନ୍ଦ୍ର ସରକାର କହିଥିଲେ । ଏହି ସମ୍ପତିରୁ ୬ ଲକ୍ଷ କୋଟି ଟଙ୍କା ଆସିବ, ତେବେ ଏହି ସମ୍ପତିକୁ ବିକ୍ରି କରାଯିବ ନାହିଁ ଆଉ ମାଲିକାନା ସରକାରଙ୍କ ନିକଟରେ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ଏହାକୁ କଂଗ୍ରେସ ବିରୋଧ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/190410021107-file-india-elections-08.jpg)