ଜର୍ମାନୀରୁ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ! କହିଲେ ବିଜେପି ଦେଶରେ ସୃଷ୍ଟି କରୁଛିି ହିଂସା ଓ ଘୃଣାର ବାତାବରଣ ।

28

କନକ ବ୍ୟୁରୋ : ଜର୍ମାନୀରୁ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ମୋଦି ସରକାର ଯେଉଁଭଳି ଭାବେ ଶାସନ ବ୍ୟବସ୍ଥା ଚଳାଇଛନ୍ତି ସେଥିରୁ ଦେଶରେ ହିଂସା ଓ ଘୃଣା ସୃଷ୍ଟି ହୋଇଛି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାସହ ଆଇଏସଆଇଏସ୍ ଆତଙ୍କବାଦୀ ସଙ୍ଗଠନର ଉଦାହରଣ ଦେଇ କହିଛନ୍ତି ଯଦି ଏକବିଂଶ ଶତାବ୍ଦୀରେ ଆପଣମାନେ ଲୋକଙ୍କୁ ସୁଯୋଗ ନଦେବେ ତାହେଲେ ସେମାନେ ଅନ୍ୟ କେଉଁଠୁ ସୁଯୋଗ ପାଇବେ । ଅନେକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।

ତେବେ ଏଥିରେ ବିଜେପି ମଧ୍ୟ ପାଲଟା ଆକ୍ରମଣ କରିବା ସୁଯୋଗ ହାତଛଡା କରିନି । ରାହୁଲ ଗାନ୍ଧିଙ୍କୁ ପାଲଟା ଆକ୍ରମଣ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାହୁଲ ବିଦେଶରେ ଦେଶର ମଜାକ୍ ଉଡାଉଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଏବେ ଆଇଏସଆଇଏସକୁ ଠିକ୍ ବୋଲି କହୁଥିବା ବିଜେପି କହିଛି । ଏହାସହ ମୋଦିଙ୍କୁ ଆଲିଙ୍ଗନ କରିବା ପ୍ରସଙ୍ଗରେ ମଧ୍ୟ ରାହୁଲ ମତ ରଖିଛନ୍ତି । ଘୃଣାର ଉତ୍ତର ଘୃଣାରେ ଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।