ଅମ୍ବାନୀଙ୍କ ପାଇଁ ୩୦ ହଜାର କୋଟି କିନ୍ତୁ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ୧୯ ହଜାର କୋଟି ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ଅମ୍ବାନୀଙ୍କ ପାଇଁ ୩୦ ହଜାର କୋଟି କିନ୍ତୁ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ୧୯ ହଜାର କୋଟି ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ଅମ୍ବାନୀଙ୍କ ପାଇଁ ୩୦ ହଜାର କୋଟି ଅଛି ଆଉ ପୂର୍ବ ସୈନିକଙ୍କ ପାଇଁ ୧୯ ହଜାର କୋଟି ମଧ୍ୟ ନାହିଁ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ପାର୍ଟି ମୁଖ୍ୟାଳୟରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଭେଟିଛନ୍ତି । ଏହି ସମୟରେ ରାଫେଲ ଚୁକ୍ତି ଓ ୱାନ ର‌୍ୟାଙ୍କ ୱାନ ପେନସନ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ରାହୁଲ । ଓଆରଓପି ଲାଗୁ ନକରି ଅବସରପ୍ରାପ୍ତ ସୈନିକଙ୍କୁ ମୋଦି ଧୋକା ଦେଇଛନ୍ତି ବୋଲି ରାହୁଲ କହିଛନ୍ତି ।

publive-imageରାହୁଲ କହିଛନ୍ତି, ପ୍ରତି ରାଫେଲ ଯୁଦ୍ଧ ଜାହାଜ ପାଇଁ ମୋଦି ସରକାର ୧୬୦୦ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛନ୍ତି । ଯାହା ମୋଦି ସରକାରର ସବୁଠୁ ବଡ ଦୁର୍ନୀତି ମଧ୍ୟରୁ ଗୋଟିଏ । ରାଫେଲ ଡିଲ ପରେ ମୋଦି ସରକାର ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ୧୯ ହଜାର କୋଟି ଟଙ୍କା ଦେବାକୁ ଯେମିତି ମୋଦିଙ୍କ ଭଣ୍ଡାର ଖାଲି ପଡିଛି ବୋଲି କହିଛନ୍ତି ରାହୁଲ ।

ରାଫେଲ ଦୁର୍ନୀତିକୁ ନେଇ ଦୀର୍ଘଦିନ ଧରି ମୋଦି ସରକାରଙ୍କୁ ବିରୋଧ କରୁଛନ୍ତି ରାହୁଲ ଗାନ୍ଧୀ । ଏପରିକି ଏହି ଦୁର୍ନୀତି ପାଇଁ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ରାହୁଲ ପୂର୍ବରୁ କହି ଆସିଛନ୍ତି । ଭଷ୍ଟ୍ରାଚାରକୁ ମୁର୍ଦ୍ଦା କରି ମୋଦି ଶାସନ କ୍ଷମତାକୁ ଆସିଥିବା ବେଳେ ଏବେ ସେହି ଭଷ୍ଟ୍ରାଚାର ପ୍ରସଙ୍ଗରେ ପେଶି ହେଉଛନ୍ତି ମୋଦି ସରକାର । ଏତେ ସବୁ ପରେ ମଧ୍ୟ ରାଫେଲ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି ମୋଦି ତେଣୁ ସେ ଇସ୍ତଫା ଦେଇଦେବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe