ନବୀନ ସରକାରଙ୍କ ରିମୋଟ କଣ୍ଟ୍ରୋଲ କରୁଛନ୍ତି ଦେଶର ଭଷ୍ଟ୍ର ଚୌକିଦାର! ବଟନ ଦବାଇଲେ ଚାଲୁଛି ସରକାର, ତମାଣ୍ଡୋରୁ ରାହୁଲ ମାରିଲେ ତୀର

Advertisment
ନବୀନ ସରକାରଙ୍କ ରିମୋଟ କଣ୍ଟ୍ରୋଲ କରୁଛନ୍ତି ଦେଶର ଭଷ୍ଟ୍ର ଚୌକିଦାର! ବଟନ ଦବାଇଲେ ଚାଲୁଛି ସରକାର, ତମାଣ୍ଡୋରୁ ରାହୁଲ ମାରିଲେ ତୀର

publive-imageଏପରିକି ନବୀନ ସରକାରଙ୍କ ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି । ଓଡିଶାର ରିମୋଟ କଣ୍ଟ୍ରୋଲ ଦେଶର ଭ୍ରଷ୍ଟ ଚୌକିଦାର କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ରାହୁଲ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭ୍ରଷ୍ଟ କହିବା ସହ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର କହିବା ସହ ସବୁଥର ଏହିମାନେ ମିଛ ପ୍ରତିଶୃତି ଦେଉଛନ୍ତି ବୋଲି କହିଛନ୍ତି ରାହୁଲ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ମନ୍ତ୍ରୀ ମାନେ ଯେଉଁଭଳି ଚିଟଫଣ୍ଡ ସ୍କାମ କରିଛନ୍ତି ସେଥିରୁ ରକ୍ଷା ପାଇବା ପାଇଁ ଏବେ ନବୀନ ସରକାର ଭ୍ରଷ୍ଟ ଚୌକିଦାରଙ୍କ ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେଉଛନ୍ତି ।

ଯେତେବେଳେ ଭଷ୍ଟ୍ର ଚୌକିଦାର ବଟନ ଚିପିଥାନ୍ତି ସେତେବେଳେ ନବୀନ ସରକାର ଉଠିଥାନ୍ତି ଓ ବସିଥାନ୍ତି । ସଂସଦରେ କୌଣସି ବିଲ୍ ପାସ୍ କରିବାକୁ ଥିବା ବେଳେ ମୋଦି ବଟନ ଚିପିବା ସହ ନବୀନ ବିଲକୁ ପାସ କରିବାରେ ସମର୍ଥନ ଜଣାଇଥାନ୍ତି । ଏପରିକି ବିମୁଦ୍ରାକରଣ ନିଷ୍ପତିକୁ ନେଇ ପୂରା ଦେଶରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ରିମୋଟ ଦ୍ୱାରା ପରିଚାଳିତ ନବୀନ ସରକାର ଏହାକୁ ପ୍ରଂଶସା କରିଥିଲେ । ଏପରିକି ରାହୁଲଙ୍କ ଅନ୍ଦାଜରେ ଗବର ସିଂ ଟ୍ୟାକ୍ସ (ଜିଏସଟି)କୁ ନେଇ ଅଧିକ ସମସ୍ୟା ଦେଖା ଦେଇଥିବା ବେଳେ ଚୌକିଦାରଙ୍କ ରିମୋଟ କଣ୍ଟ୍ରୋଲ ଯୋଗୁଁ ନବୀନ ସରକାର ଏହାକୁ ମଧ୍ୟ ପ୍ରଂଶସା କରିବାକୁ ପଛାଇନଥିଲେ । ସିଧାସଳଖ ଭାବେ କହିବାକୁ ଗଲେ ନାଗପୁର ଓ ଦିଲ୍ଲୀରୁ ଓଡିଶା ସରକାର ପରିଚାଳିତ ହେଉଛି ।

publive-imageଖାସକରି ଭଷ୍ଟ୍ରାଚାର କରିଥିବାରୁ ନବୀନ ସରକାରଙ୍କୁ ଭଷ୍ଟ୍ର ଚୌକିଦାରଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଛି । ଯେଉଁଥିପାଇଁ ଓଡିଶାର ଦାବିକୁ ଦିଲ୍ଲୀରେ ମଧ୍ୟ ଶୁଣାଯାଉନାହିଁ । ଏହା ହିଁ ନବୀନ ସରକାରଙ୍କ ସତ ବୋଲି କହିଛନ୍ତି ରାହୁଲ । ମୋଦି ଓ ନବୀନଙ୍କ ମଧ୍ୟରେ ଥିବା ସର୍ମ୍ପକ କାରଣରୁ ଓଡିଶାବାସୀ ନିଜ ହକରୁ ବଞ୍ଚିତ ହେଉଛି । ଏହିଭଳି କହି ଉଭୟ ନବୀନ ଓ ମୋଦି ସରକାରଙ୍କୁ ଜୋରଦାର ଆଟାକ କରିଛନ୍ତି ରାହୁଲ । ଏପରିକି ଆଗାମୀ ନିର୍ବାଚନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ହଟାଇବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ତେବେ ରାହୁଲଙ୍କ ଏହି ଗୁରୁମନ୍ତ୍ର ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ପାଇଁ କେତେ ଫଳପ୍ରଦ ହେବ ତାହା ଦେଖିବା ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe