ମା’ଙ୍କ ସୋନିଆଙ୍କ ସହ ଏକାଠି ମିଶି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କଲେ କଂଗ୍ରେସ ସାଂସଦ । ଫଳବଗିଚାରୁ ତାଜା ଫଳ ତୋଳି ଜାମ ତିଆରି କଲେ ରାହୁଲ ଗାନ୍ଧୀ

148

କନକ ବ୍ୟୁରୋ : ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦଙ୍କ ଭଳିକି ଭଳି ଅବତାର ଅନେକବାର ଦେଖିବାକୁ ମିଳିଛି । ଏବେ ପୁଣି ଥରେ ତାଙ୍କର ଏକ ନୂଆ ଅବତାର ସାମ୍ନାକୁ ଆସିଛି । ୨୦୨୩ ଡିସେମ୍ବର ୩୧ ତାରିଖରେ ରାହୁଲ ନିଜର ୟୁଟ୍ୟୁବ ଚ୍ୟାନେଲ ଏକ ଭିଡିଓ ପୋଷ୍ଟ କରିଛନ୍ତି । ୫ମିନିଟରେ ଭିଡିଓରେ ଉଭୟ ରାହୁଲ ଓ ସୋନିଆଙ୍କୁ ଏକାଠି ଦେଖିବାକୁ ମିଳିଛି । ବଗିଚାରୁ ଫଳ ତୋଳିବାଠୁ ନେଇ ସୁଆଦିଆ ଜାମ ପ୍ରସ୍ତୁତିକୁ ଭିଡିଓରେ ଦେଖିବାକୁ ମିଳିଛି । ବଗିଚାରୁ ପାଚିଲା ଫଳ ତୋଳିବା ପରେ କିଭଳି ମନପସନ୍ଦର ଜାମ ପ୍ରସ୍ତୁତ କରିଛନ୍ତି ସେକଥା ଏହି ଭିଡିଓରେ ଦେଖିବାକୁ ମିଳିଛି । ମଝିରେ ମଝିରେ ମା ପୁଅ ଥଟାମଜା ମଧ୍ୟ କରିଥିଲେ । ଯେତେବେଳେ ସୋନିଆଙ୍କୁ ପଚରାଯାଇଥିଲା ରାହୁଲଙ୍କ କେଉଁ ଗୁଣ ଭଲ ଓ କେଉଁଠା ଖରାପ । ଶୁଣନ୍ତୁ ସେ କ’ଣ କହିଥିଲେ । ଦେଶରେ ଖାଦ୍ୟକୁ ନେଇ ହୋଇଥିବା ରାଜନୀତି କଥା ମଧ୍ୟ ଉଠାଇଥିଲେ ରାହୁଲ । ଶେଷରେ ଜାମ୍ ପ୍ରସ୍ତୁତ ହୋଇଥିଲା ଓ ନିଜ ସର୍ମ୍ପକୀୟ ଓ ବନ୍ଧୁଙ୍କ ନିକଟକୁ ପଠାଇବା ପାଇଁ ଉଭୟ ରାହୁଲ ଓ ସୋନିଆ ଏକାଠି ମିଶି ପ୍ୟାକିଂ କରିଥିଲେ । ଦେଶବାସୀଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି ସୋନିଆ ରାହୁଲ ।