କଂଗ୍ରେସରେ ମୋର ଭୂମିକା କଣ ରହିବ, ନୂଆ ସଭାପତି ସ୍ଥିର କରିବେ । ମଲ୍ଲିକାର୍ଜୁନଙ୍କ ବିଜୟ ପରେ କିଛି ଏମିତି କହିଲେ ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ବଢୁଛି ବିବାଦ। କହିଲେ ପାକିସ୍ତାନ, ଚୀନ ହାତ ମିଶାଇ ଯୁଦ୍ଧ କଲେ ଦୁର୍ବଳ ହେବ ଭାରତ।

କନକ ବ୍ୟୁରୋ : କଂଗ୍ରେସର କମାଣ ଧରିଲେ ମଲ୍ଲିକାର୍ଜୁନ ଖଡଗେ । ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଛନ୍ତି ମଲ୍ଲିକାର୍ଜୁନ । ତେବେ କଂଗ୍ରେସକୁ ନୂଆ ସଭାପତି ମିଳିବା ପରେ ଦଳରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କର କଣ ଭୂମିକା ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ପଚରାଯାଇଛି ସେତେବେଳେ ନୂଆ ଅଧ୍ୟକ୍ଷ ତାଙ୍କ ଦାୟିତ୍ୱ ସ୍ଥିର କରିବେ ବୋଲି କହିଛନ୍ତି ରାହୁଲ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏବେ କଂଗ୍ରେସ ଭାରତ ଯୋଡ ଯାତ୍ରା ଜାରି ରଖିଛି । ଏହି ଯାତ୍ରା ଏବେ ତାମିଲନାଡୁ, କର୍ଣ୍ଣାଟକ ହୋଇ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି । ଆଉ ଏହି ଯାତ୍ରା ସମୟରେ ଯେତେବେଳେ ରାହୁଲଙ୍କ ଭୂମିକାକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିଥିଲା ସେତେବେଳେ ସେ ସ୍ପଷ୍ଟ କରିଥିଲେ ଯେ, ଦଳରେ ତାଙ୍କର ଭୂମିକା ନୂଆ ସଭାପତି ସ୍ଥିର କରିବେ । ଏହାସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ରିପୋର୍ଟ କରିବା ନେଇ ମଧ୍ୟ ସବୁଜ ସଂକେତ ଦେଇଥିଲେ । ଏହାଛଡା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ କଂଗ୍ରେସ ହିଁ ଏକମାତ୍ର ପାର୍ଟି ଯିଏ ଗାଣତନ୍ତ୍ରିକ ପଦ୍ଧତିରେ ସଭାପତି ନିର୍ବାଚନ କରାଉଛି । ଏଭଳି କହି ଅନ୍ୟ ଦଳ ଗୁଡିକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଏସବୁ ଭିତରେ କଂଗ୍ରେସକୁ ଦୀର୍ଘ ୨୪ ବର୍ଷ ପରେ ଅଣ ଗାନ୍ଧୀ ପରିବାରରୁ ସଭାପତି ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe