କନକ ବ୍ୟୁରୋ : କଂଗ୍ରେସର କମାଣ ଧରିଲେ ମଲ୍ଲିକାର୍ଜୁନ ଖଡଗେ । ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଛନ୍ତି ମଲ୍ଲିକାର୍ଜୁନ । ତେବେ କଂଗ୍ରେସକୁ ନୂଆ ସଭାପତି ମିଳିବା ପରେ ଦଳରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କର କଣ ଭୂମିକା ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ପଚରାଯାଇଛି ସେତେବେଳେ ନୂଆ ଅଧ୍ୟକ୍ଷ ତାଙ୍କ ଦାୟିତ୍ୱ ସ୍ଥିର କରିବେ ବୋଲି କହିଛନ୍ତି ରାହୁଲ ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏବେ କଂଗ୍ରେସ ଭାରତ ଯୋଡ ଯାତ୍ରା ଜାରି ରଖିଛି । ଏହି ଯାତ୍ରା ଏବେ ତାମିଲନାଡୁ, କର୍ଣ୍ଣାଟକ ହୋଇ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି । ଆଉ ଏହି ଯାତ୍ରା ସମୟରେ ଯେତେବେଳେ ରାହୁଲଙ୍କ ଭୂମିକାକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିଥିଲା ସେତେବେଳେ ସେ ସ୍ପଷ୍ଟ କରିଥିଲେ ଯେ, ଦଳରେ ତାଙ୍କର ଭୂମିକା ନୂଆ ସଭାପତି ସ୍ଥିର କରିବେ । ଏହାସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ରିପୋର୍ଟ କରିବା ନେଇ ମଧ୍ୟ ସବୁଜ ସଂକେତ ଦେଇଥିଲେ । ଏହାଛଡା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ କଂଗ୍ରେସ ହିଁ ଏକମାତ୍ର ପାର୍ଟି ଯିଏ ଗାଣତନ୍ତ୍ରିକ ପଦ୍ଧତିରେ ସଭାପତି ନିର୍ବାଚନ କରାଉଛି । ଏଭଳି କହି ଅନ୍ୟ ଦଳ ଗୁଡିକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଏସବୁ ଭିତରେ କଂଗ୍ରେସକୁ ଦୀର୍ଘ ୨୪ ବର୍ଷ ପରେ ଅଣ ଗାନ୍ଧୀ ପରିବାରରୁ ସଭାପତି ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/image_750x500_634104f25a500-Rahul_Gandhi_Congress.jpg)