ଦେଶରେ ଜରୁରୀକାଳୀନ ସ୍ଥିତି ନିଷ୍ପତ୍ତି ଭୁଲ୍ ଥିଲା , ରାହୁଲଙ୍କ ବୟାନ ପରେ ଅଡୁଆରେ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଲେ, ପଶ୍ଚାତାପ ନୁହେଁ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାନ ହେବା ପରେ ଛଳନା କରୁଛି କଂଗ୍ରେସ ।

262

କନକ ବ୍ୟୁରୋ: ଭାରତରେ ୧୯୭୫ ମସିହାରେ ଲାଗୁ ହୋଇଥିଲା ଜରୁରୀକାଳୀନ ସ୍ଥିତି । ସେତେବେଳେ ଏହା ରହିଥିଲା ୨୧ ମାସ । ତେବେ ଦେଶରେ ୭୫ ମସିହାର ଜରୁରୀକାଳୀନ ସ୍ଥିତି ଲାଗୁ କରିବା ନେଇ ଇନ୍ଦିରା ଗାନ୍ଧିଙ୍କ ନିଷ୍ପତ୍ତି ଏକ ଭୁଲ୍ ଥିଲା ବୋଲି ମତ ରଖିଛନ୍ତି ରାହୁଲ ଗାନ୍ଧି । ଏହା ସହିତ ବର୍ତମାନର ମୋଦି ଶାସନ , ସେତେବେଳର ଜରୁରୀକାଳୀନ ସ୍ଥିତି ଠାରୁ କମ୍ ନୁହଁ ବୋଲି କହିଛନ୍ତି ରାହୁଲ ।

ଏହାକୁ ନେଇ କଂଗ୍ରେସକୁ ଘେରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜରୁରୀକାଳୀନ ସ୍ଥିତିକୁ ଭୁଲ ସ୍ୱୀକାର କରିବା ରାହୁଲ ଗାନ୍ଧିଙ୍କ ଆଉ ଏକ ନାଟକ । ପଶ୍ଚାତାପ ନୁହେଁ ବରଂ ଲୋକଙ୍କ ଦ୍ୱାରା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରେ ଏହି ନାଟକ କରୁଛନ୍ତି ରାହୁଲ । ଅଧ୍ୟାଦେଶକୁ ଚିରି ପ୍ରଧାନମନ୍ତ୍ରୀଙ୍କୁ କିପରି ଭାବେ ଲଜ୍ଜିତ ଓ ଅସମ୍ମାନ କରିଥିବାର ଘଟଣାକୁ କଣ ରାହୁଲ ଭୁଲିଗଲେଣିମକି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ କଂଗ୍ରେସ ପଶ୍ଚାତାପ କରି ଲୋକଙ୍କ ସହ ଛଳନା କରୁଛି କଂଗ୍ରେସ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେପଟେ ରାହୁଲଙ୍କ ବୟାନକୁ ଆଧାର କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଅନ୍ୟ ବିରୋଧୀ ଦଳ ।