କନକ ବ୍ୟୁରୋ: ଦେଶରେ ୧୯୭୫ ମସିହାର ଜରୁରୀକାଳୀନ ସ୍ଥିତି ଜାରି କରିବା , ସେତେବେଳେର କଂଗ୍ରେସ ସରକାରର ଥିଲା ବଡ ତ୍ରୁଟି । ଏପରି ମତ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଉ ତାଙ୍କର ଏଭଳି ବୟାନ ଏବେ କଂଗ୍ରେସ ପାଇଁ ତିଆରି କରିଛି ଅଡୁଆଜନକ ସ୍ଥିତି । ଆମେରିକାର କର୍ଣ୍ଣାଲ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଭାରତ ସରକାରଙ୍କ ପୂର୍ବତନ ଆର୍ଥିକ ପରାମର୍ଶଦାତା କୌସିକ ବସୁଙ୍କ ସହିତ କଥାବାର୍ତା ସମୟରେ ରାହୁଲ କହିଛନ୍ତି ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ ନିଷ୍ପତି ଭୁଲ୍ ଥିଲା ।
କେବଳ ସେତିକି ନୁହେଁ , ବର୍ତମାନର ମୋଦି ସରକାରଙ୍କ କାର୍ଯ୍ୟନୀତିକୁ ବି ସମାଲୋଚନା କରିଛନ୍ତି ରାହୁଲ । ସିଧାସଳଖ ଆରଏସଏସ ନାଁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ରାହୁଲ । ମୁଣ୍ଡ ଉପରେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ । ଏହି ୫ ରାଜ୍ୟରେ ବିଜେପି ସହିତ କଂଗ୍ରେସର ମୁକାବିଲା ହେଉଛି । ଏପରି ସମୟରେ ରାହୁଲଙ୍କ ଏହି ବୟାନ ଦଳକୁ କେଉଁ ଫାଇଦା ପହଁଚାଇବ ଦେଖିବା କଥା ।
ସେପଟେ ରାହୁଲଙ୍କ ଏପରି ବୟାନ ପରେ ବିଜେପି କହିଛି କଂଗ୍ରେସର ଅସଲ ଚରିତ୍ରକୁ ସାମ୍ନାକୁ ଆଣିଛନ୍ତି ରାହୁଲ । ସେପଟେ ରାହୁଲଙ୍କ ବୟାନକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ ଦଳ । ବିଭିନ୍ନ ଦଳ ବର୍ତମାନର ମୋଦି ସରକାରଙ୍କ କାର୍ଯ୍ୟନୀତି ଏମରଜେନ୍ସି ଠାରୁ କମ୍ ନୁହଁ ବୋଲି କହିଛନ୍ତି । ତେବେ କଂଗ୍ରେସ ଦଳ ପାଇଁ ଗୋଟିଏ ପଟେ ଜି-୨୩ ଅସନ୍ତୁଷ୍ଟ ନେତା ଅଡୁଆ ହୋଇଥିବାବେଳେ, ଏପରି ସମୟରେ ରାହୁଲ ଜରୁରୀକାଳିନ ସ୍ଥିତି ନିଷ୍ପତିକୁ ଭୁଲ୍ କହି କଂଗ୍ରେସ ପାଇଁ ଅଡୁଆଜନକ ସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Push-ups-Aikido-and-more-Rahul-Gandhi-pulls-out-all-stops-696x464.jpg)