କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ମହାସଂଗ୍ରାମକୁ ନେଇ ମୁମ୍ବାଇରୁ ଦିଲ୍ଲୀ ଯାଏଁ ରାଜନୀତି ସରଗରମ ହୋଇଛି । ଆଜି ଲୋକସଭାରେ ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି । ରାହୁଲ କହିଛନ୍ତି, ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି । ଅନ୍ୟପଟେ କଂଗ୍ରେସ କର୍ମୀମାନେ ମଧ୍ୟ ଗଣତନ୍ତ୍ରର ହତ୍ୟା କରାଯାଇଥିବା ନେଇ ନାରାବାଜି କରିଥିଲେ ।
ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହାରାଷ୍ଟ୍ରର ସ୍ଥିତିକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା । ଗୃହରେ ହଟ୍ଟଗୋଳ ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏଁ ଲୋକସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/rahul-gandhi-2.jpg)